ଭୁବନେଶ୍ବର: ସଂଗୀତ ଜଗତରେ ଏକ ସୁବର୍ଣ୍ଣ ଯୁବର ଅବସାନ ଘଟିଛି । ସମସ୍ତଙ୍କୁ ସ୍ତବ୍ଧ କରି ଅଫେରା ରାଇଜରେ କୋକିଳ କଣ୍ଠୀ ତଥା କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର । ଲତାଙ୍କ ବିୟୋଗ ପରେ ଶୋକ ପ୍ରକାଶ କରିଛି ଓଡ଼ିଆ ସଂଗୀତ ଜଗତ । କଣ୍ଠଶିଳ୍ପୀଙ୍କ ଠାରୁ ଆରମ୍ଭ କରି ଗୀତିକାର ଗୀତିକାର ସମସ୍ତେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସ୍ବର ସାମ୍ରାଜ୍ଞୀ ତଥା ଭାରତରତ୍ନରେ ସମ୍ମାନିତ ହୋଇଥିବା ଲତା ମଙ୍ଗେସକରଙ୍କ ଅବର୍ତ୍ତମାନରେ ତାଙ୍କୁ ମନେ ପକେଇଥିବା ବେଳେ ମାଆ ସରସ୍ବତୀ ସ୍ବରୂପୀ ଲତା ମଙ୍ଗେସକର ସର୍ବଦା ଅମର ବୋଲି ସେମାନେ କହିଛନ୍ତି । ତେଣୁ ସେ ସର୍ବଦା ସମସ୍ତଙ୍କ ହୃଦୟରେ ରହିବା ସହ ଚିରନମସ୍ୟ ରହିବେ । ସେ ଭାରତ ନୁହେଁ ବିଶ୍ବ ସଂଗୀତ ଜଗତର ଜଣେ ଅନନ୍ୟ ଓ ପ୍ରତିଭାମୟ କଣ୍ଠଶିଳ୍ପୀ ଥିଲେ । ତାଙ୍କର ନା ପରିକଳ୍ପନା ଅଛି ନା ବର୍ଣ୍ଣନା ବୋଲି କହିଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ।
ତେବେ ସୂଚନା ଥାଉ କି ଲତା ମଙ୍ଗେସକର ରବିବାର ଏକାଧିକ ଅଙ୍ଗ ଅକ୍ଷମ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ଭାରତ ରତ୍ନ ଲତା ମଙ୍ଗେସକର ଦୀର୍ଘ ୨୮ ଦିନ କୋଭିଡ, ନିମୋନିଆ ରୋଗ ସହ ସଂଘର୍ଷ କରିବା ପରେ ରବିବାର ସକାଳ ୮ଟା ୧୨ରେ ସମସ୍ତଙ୍କୁ ଶୋକ ସାଗରରେ ବୁଡାଇ ଚାଲିଯାଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ