ETV Bharat / sitara

ଏଲିନାଙ୍କ ପ୍ରିୟ ଗୀତ କଣ, ଭିଡିଓ ପୋଷ୍ଟ କରି କହିଲେ... - ଫେଭରେଟ ଗୀତ ବିଷୟରେ କହିଲେ ଏଲିନା

ଭାଇରାଲ ହେଉଛି ଏଲିନାଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଶାଢୀ ପିନ୍ଧି ଗାଁରେ ବୁଲୁଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଲିନା ସାମନ୍ତରାୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଲିନା ସାମନ୍ତରାୟ
author img

By

Published : May 31, 2021, 1:23 PM IST

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସୁଛନ୍ତି । ଆଉ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବା ପାଇଁ ସେ କୌଣସ ବି ସୁଯୋଗ ହାତ ଛଡା କରନ୍ତିନାହିଁ । କେବେ ନିଜର ସୁନ୍ଦର ଫଟୋ ତ ଆଉ କେବେ ଭିଡିଓ ସେୟାର କରି ସମସ୍ତଙ୍କ ମନ ଖୁସ୍ କରିଦିଅନ୍ତି । ଏଥର ମଧ୍ୟ ସମାନ ଜିନିଷ କରିଛନ୍ତି ସେ । ଯାହାକୁ ନେଇ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ ।

କାରଣ ସେ ସୋମବାର ଇନଷ୍ଟାଗ୍ରାମରେ ନିଜର ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଶାଢୀ ପିନ୍ଧି ଗାଁରେ ବୁଲୁଥିବାର ନଜର ଆସୁଛନ୍ତି । ଆଉ ତାଙ୍କ ବ୍ୟାକଗ୍ରାଉଣ୍ଡରେ ଶୁଣିବାକୁ ମିଳୁଛି ଓଡିଆ ଫେମସ ଗୀତ ‘ମୟୁରୀ ଗୋ ତୁମ ଆକାଶରେ ମୁଁ ଦିନେ ମହଲ୍ଲାରେ ମେଘ ସାଜିଲି’ । ଯାହାକୁ ଗାଇଥିଲେ ଲୋକପ୍ରିୟ ଗାୟକ ମହମ୍ମହ ରଫି ।

ସେହିପରି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ଅଲ୍ ଟାଇମ ଫେଭରେଟ ଓଡିଆ ସଙ୍ଗ ଏଭର ।’ ସେପଟେ ଏଲିନାଙ୍କ ଏହି ଭିଡିଓରେ କମେଣ୍ଟ କରି ପ୍ରଶଂସା କରୁଥିବାର ନଜର ଆସୁଛନ୍ତି ଫ୍ୟାନ୍ସ । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.