ETV Bharat / sitara

ଅର୍ଚ୍ଚିତାଙ୍କୁ ଫ୍ୟାନ୍ସଙ୍କ ବର୍ଥଡେ ୱିଶ, ଧନ୍ୟବାଦ ଜଣାଇଲେ ଅଭିନେତ୍ରୀ

author img

By

Published : Jun 30, 2021, 8:55 AM IST

ସୋସିଆଲ ମିଡିଆରେ ଲାଇଭ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଅର୍ଚ୍ଚିତା । ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସବ୍ୟସାଚୀ ମିଶ୍ର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସବ୍ୟସାଚୀ ମିଶ୍ର

ଭୁବନେଶ୍ବର: ମଙ୍ଗଳବାର ଓଲିଉଡର ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର 31ତମ ଜନ୍ମଦିନ ପାଳନ କରିଥିଲେ । ସବ୍ୟସାଚୀଙ୍କ ସହ ବିବାହ ପରେ ଶାଶୁଘର ଏହା ତାଙ୍କର ପ୍ରଥମ ଜନ୍ମଦିନ । ରାଜ୍ୟରେ କୋରୋନା କଟକଣାକୁ ଦୃଷ୍ଟିରେ ରଖି ଅର୍ଚ୍ଚିତା ବାହାରକୁ ନ ଯାଇ ନିଜ ଶାଶୁଘର ଲୋକ ଏବଂ ସ୍ବାମୀ ତଥା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ଘରେ ରହି ଜନ୍ମଦିନ ପାଳନ କରିଛନ୍ତି । ଏହାବ୍ୟତୀତ ସେ ସୋସିଆଲ ମିଡିଆରେ ଲାଇଭ୍ ଆସି ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ଲାଇଭ ଆସି ଲେଖିଛନ୍ତି,‘ବର୍ଥଡେ ଲାଇଭ । ଲଟ୍ସ ଅଫ୍ ଲଭ ।’ ସେହିପରି ସେ ଭିଡିଓରେ ଏହା କହୁଥିବାର ନଜର ଆସୁଛନ୍ତି, ମୁଁ ଲାଇଭ ଆସିଯାଇଛି । ବର୍ଥଡେ ୱିଶ ପାଇଁ ଆପଣ ଏତେ ଭଲ ପାଇବା ଦେଇଥିବାରୁ ମତେ ବହୁତ ଖୁସି ଲାଗୁଛି । ଅନେକ ଫ୍ୟାନ୍ସ ମୋ ପାଇଁ ଫଟୋ, ଭିଡିଓ ମଧ୍ୟ ସେୟାର କରିଥିବାରୁ ଅନେକ ଅନେକ ଧନ୍ୟବାଦ । ମୁଁ ଚେଷ୍ଟା କରୁଛି ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ।’ ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ପତ୍ନୀଙ୍କ ଜନ୍ମଦିନ ଖାସ୍ କରିବା ପାଇଁ ସବ୍ୟ ସେଲିବ୍ରେଶନର କିଛି ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଥଥିଲେ । ଫଟୋରେ ସବ୍ୟର୍ଚ୍ଚିତା ପରିବାରବର୍ଗଙ୍କ ସହ ଜନ୍ମଦିନ ପାଳୁଥିବା ଦେଖାଯାଇଛନ୍ତି । ଏହି ଅବସରରେ ଦମ୍ପତି ରାସନ ସାମଗ୍ରୀ ବାଣ୍ଟିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.