ଭୁବନେଶ୍ବର: କିଛି ଦିନରୁ ଖୁବ୍ ହସଖୁସିରେ ବୈବାହିକ ଜୀବନ ବିତାଉଛନ୍ତି ଓଲିଉଡର ଲୋକପ୍ରିୟ ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ । ଲକଡାଉନରେ ଦୁଇଜଣ ବର୍ତ୍ତମାନ ଘରେ ଅଛନ୍ତି । ଆଉ ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ କରୁଛନ୍ତି ମନୋରଞ୍ଜନ । ଅର୍ଚ୍ଚିତା ସ୍ବାମୀ ସବ୍ୟଙ୍କ ସହ କେବେ ଫଟୋ ତ କେବେ ଭିଡିଓ ସେୟାର କରୁଥିବାର ଆସୁଛନ୍ତି ନଜର । ଇତିମଧ୍ୟରେ ସେ ସବ୍ୟଙ୍କ ପାଇଁ ରୋମାଣ୍ଟିକ ଗୀତ ଗାଉଥିବାର ଦେଖାଯାଉଛନ୍ତି ।
- " class="align-text-top noRightClick twitterSection" data="
">
ଯାହାର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି। ଅର୍ଚ୍ଚିତା ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ତାଙ୍କ ରୋମାଣ୍ଟିକ ଅନ୍ଦାଜ । ଯେଉଁଥିରେ ସବ୍ୟ ତାଙ୍କ ପଛରେ ବସି ଦୁଇଟି ଫୋନରେ ବ୍ୟସ୍ତ ଥିବା ବେଳେ ସେ ତାଙ୍କ ପାଇଁ ‘ତେରି ନଜରୋଁ ନେ କ୍ୟା’ ଗୀତ ଗାଉଥିବାର ଦେଖାଯାଉଛନ୍ତି ।
ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଏପରି ସେ 24x7 କଲରେ ବ୍ୟସ୍ତ ରୁହନ୍ତି ଏବଂ ମୁଁ ତାଙ୍କୁ ଅଧିକ ଭଲ ପାଏ ।’ ଦେଖନ୍ତୁ ଅର୍ଚ୍ଚିତାଙ୍କ ଏହି ରୋମାଣ୍ଟିକ ଅନ୍ଦାଜ...