ETV Bharat / sitara

ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ, ଆଶୀର୍ବାଦ ନେଲେ ସବ୍ୟର୍ଚ୍ଚିତା

author img

By

Published : Mar 10, 2021, 11:14 AM IST

ରାଜ୍ୟପାଳ ଗଣେଶୀ ଲାଲଙ୍କୁ ରାଜଭବନରେ ଭେଟି ଆଶୀର୍ବାଦ ନେଲେ ସବ୍ୟର୍ଚ୍ଚିତା । ଅଧିକ ପଢନ୍ତୁ...

ଓଡିଶା ରାଜ୍ୟପାଳଙ୍କ ଠୁ ଆଶୀର୍ବାଦ ନେଲେ ସବ୍ୟର୍ଚ୍ଚିତା

ଭୁବନେଶ୍ବର: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ପପୁଲାର ଯୋଡି ଅର୍ଚ୍ଚିତା ଓ ସବ୍ୟସାଚୀ ମିଶ୍ର । ବର୍ତ୍ତମାନ ଉଭୟଙ୍କ ବୈବାହିକ ଜୀବନକୁ ନେଇ ଅନେକ ଫଟୋ ଓ ଭିଡିଓ ଭାଇରାଲ ହେଉଥିବାବେଳେ ଫ୍ୟାନ୍ସ ବି ଚାହିଁ ବସିଛନ୍ତି ତାଙ୍କର ପ୍ରତିଟି ନୂଆ ଅପଡେଟ ଖବରକୁ। ଇତିମଧ୍ୟରେ ଉଭୟେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି ଆଶୀର୍ବାଦ ନେବା ପାଇଁ ରାଜଭବନରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: ଫେସବୁକ୍@ସବ୍ୟସାଚୀ ମିଶ୍ର
ଫଟୋ ସୌଜନ୍ୟ: ଫେସବୁକ୍@ସବ୍ୟସାଚୀ ମିଶ୍ର

ଏହି ଅବସରରେ ସବ୍ୟର୍ଚ୍ଚିତା ସୋସିଆଲ ମିଡିଆରେ ରାଜ୍ୟପାଳଙ୍କ ସହ ଫଟୋ ପୋଷ୍ଟ କରି କହିଛନ୍ତି, ‘ଓଡିଶାର ରାଜ୍ୟପାଳ ଗଣେଶୀ ଲାଲାଙ୍କ ଠୁ ଆଶୀର୍ବାଦ ଗ୍ରହଣ କଲୁ।’

ପ୍ରକାଶ ଥାଉକି ଗତ 1 ତାରିଖରେ ରାଜସ୍ଥାନରେ ଓଡିଆ ବିଧି-ବିଧାନରେ ବିବାହ କରିଥିଲେ ଅର୍ଚ୍ଚିତା ଓ ସବ୍ୟସାଚୀ । ଗତବର୍ଷ ମାର୍ଚ୍ଚ ମାସରେ ବିବାହ ପାଇଁ ସ୍ଥିର କରିଥିଲେ ଯୋଡି । ହେଲେ କୋଭିଡ କଟକଣା ପାଇଁ ସ୍ଥଗିତ ରହିଥିଲା ବିବାହ । ନିକଟରେ ଉଭୟଙ୍କ ଶାଗ-ମାଛ ରୀତି ଫଟୋ ବି ହୋଇଥିଲା ବେଶ୍ ଭାଇରାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.