ଭୁବନେଶ୍ବର: ମତେ ଆଣିଦେଲ ଲକ୍ଷେ ଫଗୁଣରୁ ସାତ ଜନ୍ମର ସାଥୀ । ସପନର ସୌଦାଗରଙ୍କ ହାତ ଧରିବେ ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତା । କେବେ ତମ ନାହଁ କେବେ ମୁଁ ନାହିଁରୁ ତୋର ମୋର ଯୋଡି ସୁନ୍ଦର । ଅନେକ ଦିନର ପ୍ରେମ ସମ୍ପର୍କ ପରେ ପାଗଳପ୍ରେମୀଙ୍କ ସହ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଅର୍ଚ୍ଚିତା । ରିଲ ଲାଇଫ ପରେ ରିୟଲ ଲାଇଫରେ କରିବେ ଘର ସଂସାର । ରାଜସ୍ଥାନରେ ହେବାକୁ ଯାଉଛି ଉଭୟଙ୍କ ଶୁଭପରିଣୟ ।

ସବ୍ୟ-ର୍ଚ୍ଚିତା ନିଜ ବିବାହ ସମ୍ପର୍କରେ ଜଣାଇବା ପରେ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦୁହେଁ ଦୁହିଁଙ୍କୁ ପାଇଁ ବେଶ ଖୁସି ବୋଲି ସୋସିଆଲ ମିଡିଆରେ ଜଣାଇବା ସହ ସମସ୍ତଙ୍କର ଲୋଡିଛନ୍ତି ଆଶୀର୍ବାଦ ।

2013ରେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ସବ୍ୟସାଚୀଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ ଅର୍ଚ୍ଚିତା । ପରଦାରେ ପ୍ରେମ ଅଭିନୟ କରୁ କରୁ ବାସ୍ତବ ଜୀବନରେ ପରସ୍ପରକୁ ଦେଇ ବସିଥିଲେ ହୃଦୟ । ଏହି ଯୋଡିଙ୍କୁ ‘ପିଲାଟା ବିଗିଡି ଗଲା’, ‘ସ୍ମାଇଲ୍ ପ୍ଲିଜ୍’, ‘ମୁଁ ଏକା ତୁମର’, ‘ମୁଁ ସ୍ବପ୍ନର ସୌଦାଗର’, ‘ପାଗଳ କରିଛି ପାଉଁଞ୍ଜି ତୋର’, ‘କୋଉ ଦୁନିଆରୁ ଆସିଲ ବନ୍ଧୁ’, ‘ତୋର ମୋର ଯୋଡି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ ’ ଭଳି ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା ।
ସିଲଭର ସ୍କ୍ରିନରେ ଉଭୟଙ୍କ ରୋମାନ୍ସ ଦର୍ଶକ ଦେଖିଥିବା ବେଳେ ଏବେ ରିଅଲ ଲାଇଫରେ ପତିପତ୍ନୀଙ୍କ ରୋମାନ୍ସ ଦେଖିବାକୁ ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ