ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକ ରାଜ୍ୟରେ ଲକଡାଉନ ପ୍ରକ୍ରିୟା ଚାଲିଛି। ଏହାବ୍ୟତୀତ ସମସ୍ତ ଫିଲ୍ମ ଓ ସିରିୟଲ ସୁଟିଂ ମଧ୍ୟ ସ୍ଥଗିତ ରଖାଯାଇଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ ଘୋଷଣା । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସିନେମା ଏବଂ ସିରିଏଲ ସୁଟିଂ ବନ୍ଦ ରଖିବାକୁ ନିର୍ଦ୍ଦେଶ। ଇନଡୋର ଏବଂ ଆଉଟ ଡୋର ସୁଟିଂ ମଧ୍ୟ ବନ୍ଦ ରହିବ। ସେପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି ଜଣାଶୁଣା କଳାକାର, ପ୍ରଯୋଜକ ଓ ନିର୍ଦ୍ଦେଶକ।
ସଂକ୍ରମଣ ଗ୍ରାଫରେ ବ୍ରେକ୍ ଲଗାଇବା ପାଇଁ ଫିଲ୍ମ ଓ ସିରିଅଲ ସୁଟିଂ ଉପରେ କଟକଣା ଲଗେଇଛନ୍ତି ସରକାର । ଏନେଇ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ସମସ୍ତ ସୁଟିଂ ବନ୍ଦ ରଖିବାକୁ ନିର୍ଦ୍ଦେଶ। ଯାହାର ସମର୍ଥନ କରି ସାମ୍ନାକୁ ଆସିଛନ୍ତି ଅନେକ ସେଲିବ୍ରିଟି।
ଏହି କ୍ରମରେ ସାମିଲ ଅଛନ୍ତି ଫିଲ୍ମ ନିର୍ମାତା ସଞ୍ଜୟ ନାୟକ, ଭୂମିକା, ଶ୍ରୀତମ ଦାସ, ମଧୁମିତା ମହାନ୍ତି ଓ ସୋନାଲୀ ପ୍ରଧାନ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ