ETV Bharat / sitara

ଶୁକ୍ରବାର ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ - ବିଷ୍ଣମୋହନ କବି

‘ନାୟକର ନାଁ ଦେବଦାସ’ ଚଳଚ୍ଚିତ୍ରକୁ ଦେଖିବାକୁ ଅପେକ୍ଷା କରିବସିଛନ୍ତି ଦର୍ଶକ । ଦର୍ଶକଙ୍କ ଉତ୍ସୁକତାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ନିର୍ମାତା ଏହାକୁ ଆସନ୍ତା ଶୁକ୍ରବାର ଚଳଚ୍ଚିତ୍ରକୁ ରିଲିଜ କରିବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 7, 2019, 2:39 PM IST

ଭୁବନେଶ୍ବର: ଦର୍ଶକଙ୍କ ଅପେକ୍ଷାର ଘଟିଲା ଅନ୍ତ । ଖୁବଶୀଘ୍ର ସିନେମାଘରେ ଦେଖିବାକୁ ମିଳିବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ । ପ୍ରଥମ ଥର ଓଡ଼ିଆ ଭାଷାରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରଟି ଆଉ ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ 9ରେ ଓଡ଼ିଶାରେ ମୁକ୍ତିଲାଭ କରିବ । ପୂର୍ବରୁ ଏହି କାହାଣୀକୁ ନେଇ 13ଟି ଭାଷାରେ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି ।

‘ନାୟକର ନାଁ ଦେବଦାସ’ ଓଡ଼ିଶାରେ ପାଖାପାଥି 54ଟି ସିନେମା ହଲରେ ଏକାକାଳୀନ ମୁକ୍ତିଲାଭ କରିବ । ଏହାସହ କଟକ, ଭୁବନେଶ୍ବରରେ ଏହି ଚଳଚ୍ଚିତ୍ରର ପ୍ରିମିୟରର ଆୟୋଜନ ମଧ୍ୟ କରାଯିବ। ଚଳଚ୍ଚିତ୍ର ସଂଳାପ ଦେବୀଦତ୍ତ ମହାନ୍ତି ରଚନା କରିଥିବା ବେଳେ ଚିତ୍ରନାଟ୍ୟ ନର୍ମାଣ ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ । ସେହି ପରି ‘ନାୟକର ନାଁ ଦେବଦାସ’ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ କଣ୍ଠ ଦାନ କରିଛନ୍ତି କଣ୍ଠଶଳୀ ଅସୀମା ପଣ୍ଡା, ଅପତା ଚୌଧୁରୀ, ହ୍ୟୁମାନ ସାଗର, ବିଷ୍ଣମୋହନ କବି, ଅନିଷା ।

ଭିଡିଓସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳଚ୍ଚିତ୍ରର କ୍ରିଏଟିଭ ହେଡ ଭୂମିକାରେ କାର୍ଯ୍ୟ କରିଛନ୍ତି ପ୍ରଣୟ । ଦେବଦାସଙ୍କ ଜେଜେ ମା’ ଭୂମିକାରେ ନମ୍ରତା ଦାସ, ବାପା ଭୂମିକାରେ ବିଜୟ ମହାନ୍ତି ଓ ମା’ ଭୂମିକାରେ ଅଛନ୍ତି ସ୍ମିତା ମହାନ୍ତି । ଅନ୍ୟପଟେ ପାର୍ବତୀ ଓରଫ୍‌ ପାରୋର ମା’ ଭୂମିକାରେ ଅପରାଜିତା ମହାନ୍ତି ଏବଂ ଧରମା ଭୂମିକାରେ ଅଛନ୍ତି ମିହିର ଦାସ। ପୁଣି ଚୁନିଲାଲ୍‌ ଭୂମିକାରେ ବବି ମିଶ୍ର । ସେହିପରି କାଳିବାବୁ ଭୂମିକାରେ ପିଣ୍ଟୁ ନନ୍ଦ ଆଉ ପାରୋଙ୍କୁ ବିବାହ କରୁଥିବା ଠାକୁର ଭୂବନ ଚୌଧୁରୀ ଭୂମିକାରେ ଭୂପତି ତ୍ରିପାଠୀ ନଜର ଆସିବେ । ପାରୋ ଭୂମିକାରେ ଅଭିନେତ୍ରୀ ଭୂମିକା ଅଭିନୟ କରୁଥିବା ବେଳେ ଚନ୍ଦ୍ରମୁଖୀ ଭୂମିକାରେ ନଜର ଆସିବେ ଅନୁ ଚୌଧୁରୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.