ଭୁବନେଶ୍ବର: ଶୁକ୍ରବାର ରାତିରେ ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ଚର୍ଚ୍ଚିତ ଚଳଚ୍ଚିତ୍ରରେ ‘ମୁଁ ପରଦେଶୀ ଚଢେଇ’ର ଅଡ଼ିଓ ରିଲିଜ ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଅର୍ଦ୍ଧେନ୍ଦୁ ଓ ଅନୁଭା ପଣ୍ଡା ।
ସେହିପରି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ କେ ମୁରଲୀ କ୍ରିଷ୍ଣା । ଚଳଚ୍ଚିତ୍ରରେ ମ୍ୟୁଜିକର ତଡକା ଲଗାଇଛନ୍ତି ଆଜାଦ-ନିଜାମ । ଚଳଚ୍ଚିତ୍ରର ଅନେକ ଗୀତ ହ୍ୟୁମାନ ସାଗରଙ୍କ କଣ୍ଠରୁ ଶୁଣିବାକୁ ମିଳିବ । ମା' ସିହାସିନି ବ୍ୟାନରରେ ନିର୍ମାଣ ହୋଇଛି ‘ମୁଁ ପରଦେଶୀ ଚଢେଇ’ । ଆଉ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଏହି ଚଳଚ୍ଚିତ୍ର । ଯାହାକୁ ନେଇ ଉତ୍ସାହିତ ଦର୍ଶକ ।
ଅର୍ଦ୍ଧେନ୍ଦୁ ଓ ଅନୁଭାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖାଯିବେ ଫେମସ ଅଭିନେତ୍ରୀ ଅପରାଜିତା ମହାନ୍ତି, କୁନା ତ୍ରିପାଠୀ, ଗୁଡୁ, ଶ୍ରୀତମ ଦାସ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ