ETV Bharat / sitara

Oscar 2022: ଭାରତୀୟ ଡିଜାଇନରଙ୍କ ଗାଉନରେ ଆମେରିକୀୟ ରାପର ମେଗାନଙ୍କ ଜଲଓ୍ବା

ଆମେରିକୀୟ ରାପର୍ ତଥା ଗୀତିକାର ମେଗାନ୍ ଥେ ଷ୍ଟାଲିଅନ୍ (Megan Thee Stallion) ଚଳିତ ବର୍ଷର ଓସ୍କାରରେ ଏକ ହେଡ୍ ଟର୍ନିଂ ହାଇ-ସ୍ଲିଟ୍ ଗାଉନରେ ଏଣ୍ଟ୍ରି କରିଥିଲେ । ସେ ଓସ୍କାର ଡେବ୍ୟୁ ପାଇଁ ଭାରତୀୟ ଡିଜାଇନର୍ ଗୌରବ ଗୁପ୍ତା (Gaurav Gupta)ଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ପୋଷାକ ପିନ୍ଧିଥିଲେ । ଅଧିକ ପଢନ୍ତୁ

ଆମେରିକୀୟ ରାପର ମେଗାନଙ୍କ ଜଲଓ୍ବା
ଆମେରିକୀୟ ରାପର ମେଗାନଙ୍କ ଜଲଓ୍ବା
author img

By

Published : Mar 30, 2022, 8:35 AM IST

ହାଇଦ୍ରାବାଦ: 94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍‌ ଏଞ୍ଜଲିସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ କିଛି ଆଇକୋନିକ ଫ୍ୟାଶନ୍ ମୁହୂର୍ତ୍ତ ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଲିଉଡ୍ ତାରକାମାନେ ନିଜର ଷ୍ଟାଇଲିସ ଅନ୍ଦାଜରେ ରେଡ୍ କାର୍ପେଟରେ ଓ୍ବାକ୍‌ କରିଥିଲେ ଏବଂ ଡିଜାଇନର୍ ଆଉଟଫିଟ୍ସରେ ଜୋରଦାର ସାର୍ଟୋରିୟଲ୍ ଷ୍ଟେଟମେଣ୍ଟ୍ ଦେଇଥିଲେ ।

ଆମେରିକୀୟ ରାପର୍ ତଥା ଗୀତିକାର ମେଗାନ୍ ଥେ ଷ୍ଟାଲିଅନ୍ (Megan Thee Stallion) ଚଳିତ ବର୍ଷର ଓସ୍କାରରେ ଏକ ହେଡ୍ ଟର୍ନିଂ ହାଇ-ସ୍ଲିଟ୍ ଗାଉନରେ ଏଣ୍ଟ୍ରି କରିଥିଲେ । ସେ ଓସ୍କାର ଡେବ୍ୟୁ ପାଇଁ ଭାରତୀୟ ଡିଜାଇନର୍ ଗୌରବ ଗୁପ୍ତା (Gaurav Gupta)ଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ପୋଷାକ ପିନ୍ଧିଥିଲେ । 94 ତମ ଏକାଡେମୀ ପୁରସ୍କାରରେ, ମେଗାନଙ୍କୁ ରେଡ୍ କାର୍ପେଟରେ ଏକ ହାଇ ସ୍ଲିଟ୍ ଏବଂ ବ୍ଲୁ ଫର୍ମ-ଫିଟ୍ ଷ୍ଟ୍ରେପଲେସ୍ ଗାଉନ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ରେଡ କାର୍ପେଟରେ ଚାଲିବାବେଳେ ମେଗାନ୍ ବହୁତ ସୁନ୍ଦର ଦେଖାଯାଉଥିଲେ ।

ଭାରତୀୟ ଡିଜାଇନର୍ ଗୌରବ ଗୁପ୍ତା ନିକଟରେ ଅନେକ ଚର୍ଚ୍ଚାରେ ଥିଲେ। ଗୁପ୍ତା ରାପର କାର୍ଡି ବି (Cardi B)ଙ୍କ ପାଇଁ ଏକ ଚମତ୍କାର ପୋଷାକ ତିଆରି କରିଥିଲେ । ରାପର୍ ତାଙ୍କର ନୂଆ ମ୍ୟୁଜିକ୍ ଭିଡିଓ ଏବଂ ହିଟ୍ ଗୀତ ନୋ ଲଭ୍ (No Love) ର ରିମିକ୍ସ ପାଇଁ ଗୁପ୍ତା ଦ୍ବାରା ଡିଜାଇନ୍ କରାଯାଇଥିବା ପୋଷାକ ପିନ୍ଧିଥିଲେ । ଗୁପ୍ତାଙ୍କ ଦ୍ୱାରା ପରିକଳ୍ପିତ ଏକ ଆମୋରଫସ୍ ଶାପଶିଫ୍ଟର୍ ମୂର୍ତ୍ତି ପୋଷାକରେ କାର୍ଡିଙ୍କୁ ଦେଖିବାକୁ ମିଳିଥିଲା ​​।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.