ହାଇଦ୍ରାବାଦ: 2018ରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ ମହାନତିକୁ ସଂଘାଇ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସ୍ବତନ୍ତ୍ର ସ୍କ୍ରିନିଙ୍ଗ କରାଯିବ । ମହାନତି, ପ୍ରସିଦ୍ଧ ତେଲୁଗୁ ଅଭିନେତ୍ରୀ ସାବିତ୍ରି ମାଙ୍କ ଜୀବନୀ । ଏହାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ କିର୍ଥୀ ସୁରେଶ । ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ହିଟ କରିଥିଲା ।
ଆନ୍ତର୍ଜାତୀୟ ସ୍ତରରେ ଫିଲ୍ମର ସ୍କ୍ରିନିଙ୍ଗକୁ ନେଇ ଖୁସି ଅଛନ୍ତି ଫିଲ୍ମର ନିର୍ମାତା ନାଗ ଅଶ୍ବିନୀ । ଫିଲ୍ମଟି ଚୀନର ଫିଲ୍ମ ଫେଷ୍ଚିଭାଲରେ ରିଲିଜ କରାଯିବ । ତେବେ ଆଗରୁ ‘ବାହୁବଳୀ’ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ରିଲିଜ କରାଯାଇଥିଲା ।
22ତମ ଫିଲ୍ମ ଫେଷ୍ଟିଭାଲ ଜୁନ 15-24 ପର୍ଯ୍ୟନ୍ତ ଚାଲିବ । ଫିଲ୍ମକୁ ଆନ୍ତର୍ଜାତୀୟ ପାନୋରମା ଶ୍ରେଣୀରେ ଚୟନ କରାଯାଇଛି । ଫିଲ୍ମର ଚୟନ ପରେ ନିର୍ମାତା ନାଗ ଅଶ୍ବିନୀଙ୍କ ପାଖକୁ ପ୍ରସଂଶାର ସୁଅ ଛୁଟିଛି ।