ବେଙ୍ଗାଲୁରୁ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା କନ୍ନଡ ଅଭିନେତା ସଞ୍ଚାରୀ ବିଜୟ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଆଜି ତାଙ୍କ ମୃତଦେହ ରବିନ୍ଦ୍ର କାଲକ୍ଷେତ୍ର ବେଙ୍ଗାଲୁରୁରେ ରଖାଯାଇଛି । ଅନେକ କଳାକାର ଏବଂ ରାଜନେତା ତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ପହଞ୍ଚିଛନ୍ତି |
‘ସ୍ୟାଣ୍ଡଲହୁଡ’ ଅଭିନେତା ଶିବରାଜ କୁମାର, ନିର୍ଦ୍ଦେଶକ ନାଗତିହାଲ୍ଲୀ ଚନ୍ଦ୍ରଶେଖରଙ୍କ ସହ ଅନେକ ବ୍ୟକ୍ତିବିଶେଷ ସଞ୍ଚାରୀଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ସଞ୍ଚାରୀ ବିଜୟଙ୍କ ଅନ୍ତିମ ସଂସ୍କାର କାଦୁର ତାଲୁକ ଚିକକାମାଲୁରୁ ଜିଲ୍ଲାର ପଞ୍ଚନାହଲ୍ଲୀରେ ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ ।
ପ୍ରକାଶ ଥାଉକି ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବାର ସୂଚନା ଦେଇଥିଲେ ଡାକ୍ତର । ଯାହାପରେ ହସ୍ପିଟାଲ ତରଫକୁ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିଲା । ଏହାପୂର୍ବରୁ ବିଜୟଙ୍କୁ ସବୁ ସହାୟତାରେ ନ୍ୟୁରୋ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ସେ ଚିକିତ୍ସିତ ସମୟରେ କୋମାରେ ଥିଲେ ସେ ।
ସେହିପରି ତାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ତାଙ୍କ ଅଙ୍ଗଦାନ କରିବାକୁ ଘୋଷଣା କରିଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପରିବାର କହିଛନ୍ତି ଯେ ଅଭିନେତା ସର୍ବଦା ସମାଜର ସେବା କରିବା ପାଇଁ ଇଚ୍ଛା କରୁଥିଲେ, ସେଥିପାଇଁ ଆମେ ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ତାଙ୍କ ଆତ୍ମାକୁ ଶାନ୍ତି ଯୋଗାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ