ବେଙ୍ଗାଲୁରୁ: ଶୁକ୍ରବାର କନ୍ନଡର ଫେମସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀଙ୍କୁ ଡ୍ରଗ ଡିଲିଂ କେସରେ ସିସିବି ପୋଲିସ ଗିରଫ କରିଥିଲା । ଆଉ ତାଙ୍କ ନାମରେ ଏଫଆଇଆର ମଧ୍ୟ ରୁଜୁ ହୋଇଛି । ଇତିମଧ୍ୟରେ ଆଉ ଜଣେ କନ୍ନଡ ଅଭିନେତ୍ରୀଙ୍କୁ ନେଇ ଚର୍ଚ୍ଚା । କଂଗ୍ରେସ ନେତ୍ରୀ କବିତା ରେଡ୍ଡୀ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ସାମ୍ୟୁକ୍ତା ହେଗଡେ (samyuktha hegde) । ସେ ଆଗ୍ରା ହ୍ରଦ ପାଖରେ କିଛି ବନ୍ଧୁଙ୍କ ସହ ଥିବା ବେଳେ କବିତାଙ୍କ ଦ୍ବାରା ଅପମାନିତ ହୋଇଥିଲେ ।
ସେ ଟ୍ବିଟରରେ ଏକ ପୋଷ୍ଟ କରି ଏହାର ସୂଚନା ଦେଇ ଲେଖିଛନ୍ତି, ‘ଆଗ୍ରା ହ୍ରଦରେ କବିତା ରେଡ୍ଡୀ ଆମକୁ ଦୁର୍ବ୍ୟବହାର କରିଥିଲେ ଏବଂ ଉପହାସ କରିଥିଲେ । ସେଠାରେ କିଛି ସାକ୍ଷୀ ଓ ଭିଡିଓରେ ଏହାର ପ୍ରମାଣ ଅଛି । ମୁଁ ଆପଣଙ୍କୁ ଏହା ଅନୁରୋଧ କରୁଛି କି ଦୟା କରି କାର୍ଯ୍ୟନୁଷ୍ଠାନ ନିଅନ୍ତୁ । ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ଆଜି ଆମେ ଯାହା କରୁଛୁ ତାହା ଉପରେ ଆମ ଦେଶର ଭବିଷ୍ୟତ ପ୍ରତିଫଳିତ ହେଉଛି ।’ ସେ ଏହି ଟ୍ବିଟକୁ ବେଙ୍ଗାଲୁରୁ ପୋଲିସ କମିଶନର ଓ ସିଟି ପୋଲିସକୁ ଟ୍ୟାଗ କରିଛନ୍ତି ।
-
#Kannada movie actress #SamyukthaHegde (@SamyukthaHegde) alleged moral policing and harassment by #Congress leader #KavithaReddy when she was out with her friends at Agara lake in the city.
— IANS Tweets (@ians_india) September 5, 2020 " class="align-text-top noRightClick twitterSection" data="
Video: Samyuktha Hegde/Twitter pic.twitter.com/rnCYYajl7m
">#Kannada movie actress #SamyukthaHegde (@SamyukthaHegde) alleged moral policing and harassment by #Congress leader #KavithaReddy when she was out with her friends at Agara lake in the city.
— IANS Tweets (@ians_india) September 5, 2020
Video: Samyuktha Hegde/Twitter pic.twitter.com/rnCYYajl7m#Kannada movie actress #SamyukthaHegde (@SamyukthaHegde) alleged moral policing and harassment by #Congress leader #KavithaReddy when she was out with her friends at Agara lake in the city.
— IANS Tweets (@ians_india) September 5, 2020
Video: Samyuktha Hegde/Twitter pic.twitter.com/rnCYYajl7m
ପ୍ରକାଶ ଥାଉକି ଭାଇରାଲ ହେଉଥିବା 16 ମିନିଟ୍ର ଏହି ଭିଡିଓରେ ସାମ୍ୟୁକ୍ତା କାନ୍ଦୁଥିବାର ନଜର ଆସୁଛନ୍ତି । ଆଉ କହୁଛନ୍ତି ଦୟା କରି ଆମକୁ କେହି ସାହାଯ୍ୟ କର । ଅଭିନେତ୍ରୀ ଉଭୟ କନ୍ନଡ ଏବଂ ଇଂରାଜୀରେ କଥା ହେଉଥିବା ବେଳେ କିଛି ପୁରୁଷ ଅଭିନେତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ ଓ ତାଙ୍କୁ ବର୍ତ୍ତମାନ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଡିତ ଡ୍ରଗ୍ସ ମାମଲା ସହ ଯୋଡିବାକୁ ଚେଷ୍ଟା କରିଥିଲେ । ଏହାସହ ତାଙ୍କୁ ଅଶ୍ଳୀଳ ଗାଳିଗୁଲଜ ମଧ୍ୟ କରାଯାଇଛି ।
-
Abusing an ordinary hardworking Guard is the quality of a B Grade Celebrity Samyukta Hegde! Elite High Class Mentality who can't follow rules but will abuse for stating rules...these Sicko sud be in jail along with Ragini!
— Kavitha Reddy (KR) Jai Bhim! (@KavithaReddy16) September 4, 2020 " class="align-text-top noRightClick twitterSection" data="
">Abusing an ordinary hardworking Guard is the quality of a B Grade Celebrity Samyukta Hegde! Elite High Class Mentality who can't follow rules but will abuse for stating rules...these Sicko sud be in jail along with Ragini!
— Kavitha Reddy (KR) Jai Bhim! (@KavithaReddy16) September 4, 2020Abusing an ordinary hardworking Guard is the quality of a B Grade Celebrity Samyukta Hegde! Elite High Class Mentality who can't follow rules but will abuse for stating rules...these Sicko sud be in jail along with Ragini!
— Kavitha Reddy (KR) Jai Bhim! (@KavithaReddy16) September 4, 2020
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ