ETV Bharat / sitara

‘ସ୍ୟାଣ୍ଡେଲଉଡ’ ଅଭିନେତ୍ରୀ ରାଗିନୀ ଗିରଫ, ସାକ୍ଷାତ କରିବାକୁ ପହଞ୍ଚିଲେ ପିତା-ମାତା - କନ୍ନଡ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀଙ୍କୁ ନେଇ ଚର୍ଚ୍ଚା

ଡ୍ରଗ ଡିଲିଂ କେସରେ ଫସିଲେ ସାଉଥ ଅଭିନେତ୍ରୀ ରାଗିନୀ । ସେ ଡ୍ରଗ ଅଭ୍ୟସ୍ତ ବୋଲି କିଛି ଦିନରୁ ଚାଲିଥିବା ଚର୍ଚ୍ଚା । ଶୁକ୍ରବାର ତାଙ୍କ ଘରେ ଚଢାଉ ହେବା ପରେ ଏବେ ଗିରଫ ହୋଇଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଗିନୀ ଦ୍ବିବେଦୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଗିନୀ ଦ୍ବିବେଦୀ
author img

By

Published : Sep 5, 2020, 2:16 PM IST

ବେଙ୍ଗାଲୁରୁ: କନ୍ନଡ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ସେ ଡ୍ରଗ ଅଭ୍ୟସ୍ତ । ତାଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ବେଙ୍ଗାଲୁରୁ ପୋଲିସ ଡକାଇଥିଲା । ସରକାରୀ କର୍ମଚାରୀ ଥିବା ତାଙ୍କ ବନ୍ଧୁଙ୍କ ସହ ଗୁରୁବାର ଦିନ ଚାମରାଜପେଟରେ ଥିବା କେନ୍ଦ୍ରୀୟ କ୍ରାଇମ ଶାଖା ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ହେଲେ ତାଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା । ବେଙ୍ଗାଲୁରୁ ଡ୍ରଗ ଡିଲିଂ କେସରେ ସେ ଗିରଫ ହୋଇଛନ୍ତି । ତାଙ୍କ ସହ ଆଉ 4 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଏହି କ୍ରମରେ ସାମିଲ ଅଛନ୍ତି ବିରେନ, ରବିଶଙ୍କର ଓ ରାହୁଲ । ଯିଏ ରାଗିନୀଙ୍କ ବନ୍ଧୁ । ଶୁଣିବାକୁ ମିଳୁଛି ଯେ ବିରେନଙ୍କୁ ପୋଲିସ ଦିଲ୍ଲୀରେ ଗିରଫ କରିଛି । କୋର୍ଟ ତରଫରୁ ଆଦେଶ ମିଳିଛି ଯେ ରାଗିନୀଙ୍କୁ ତିନି ଦିନ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯିବ । ଏହାସହ ତାଙ୍କ ମେଡିକାଲ ଟେଷ୍ଟ ମଧ୍ୟ କରାଯିବ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଇତିମଧ୍ୟରେ ସ୍ୟାଣ୍ଡେଲଉଡ ଅଭିନେତ୍ରୀ ରାଗିନୀଙ୍କୁ ସାକ୍ଷାତ କରିବାକୁ ଶନିବାର ଥାନାରେ ପହଞ୍ଚିଛନ୍ତି ତାଙ୍କ ପିତା-ମାତା । ସେହିପରି ଡ୍ରଗ ଡିଲ ମାମଲାରେ ରାଗିନୀଙ୍କ ଯାଞ୍ଚ ଚାଲିଛି ଏବଂ କଟନ ପିଟ୍ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି । ଏନଡିପିସି ଧାରା 21, 21c, 27ଏ, 27ବି ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା |

ପ୍ରକାଶ ଥାଉକି, ଫେମସ ଫିଲ୍ମ ନିର୍ମାତା ଇନ୍ଦ୍ରଜିତ ଲଙ୍କେଶ ଡ୍ରଗ ନେଉଥିବା କିଛି ସେଲିବ୍ରିଟିଙ୍କ ତାଲିକା ପୋଲିସ ନିକଟରେ ଦାଖଲ କରିବା ପରେ ଏହି ସମନ ଜାରି କରାଯାଇଥିଲା । ଗୁରୁବାର ଦ୍ବିତୀୟ ଥର ପାଇଁ ଲଙ୍କେଶଙ୍କୁ ମଧ୍ୟ ସିସିବି ପଚରାଉଚରା କରିବାକୁ ଡକାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.