ETV Bharat / sitara

କମଲ ହାସନ@67: ଅଭିନୟ ପାଇଁ 4 ବର୍ଷ ବୟସରେ ପାଇଥିଲେ ରାଷ୍ଟ୍ରପତି ପୁରସ୍କାର - କମଲ ହାସନ

ଆଜି ତାମିଲ ସୁପରଷ୍ଟାର କମଲ ହାସନଙ୍କ ଜନ୍ମଦିନ । ଦମଦାର ଅଭିନୟ ଏବଂ ରାଜନୈତିକ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କମଲ । ମାତ୍ର 4 ବର୍ଷ ବୟସରେ ଅଭିନୟ ପାଇଁ ପାଇଥିଲେ ରାଷ୍ଟ୍ରପତି ପୁରସ୍କାର । ଅଧିକ ପଢନ୍ତୁ...

କମଲ@୬୭: ଭିନ୍ନ ଚରିତ୍ରରେ ଦର୍ଶକଙ୍କୁ କରନ୍ତି ମତୁଆଲା

author img

By

Published : Nov 7, 2021, 12:45 PM IST

ହାଇଦ୍ରାବାଦ: ୬୭ ବୟସରେ ପାଦ ଥାପିଲେ ତାମିଲ ସୁପରଷ୍ଟାର କମଲ ହାସନ । ନିଜ ଦମଦାର ଅଭିନୟ ଏବଂ ରାଜନୈତିକ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କମଲ । ସେ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି ବରଂ ଲୋକପ୍ରିୟ ନିର୍ଦ୍ଦେଶକ, ସ୍କ୍ରିପ୍ଟ ରାଇଟର, ପ୍ଲେବ୍ୟାକ ସିଙ୍ଗର ଓ ଭାରତନାଟ୍ୟମ ଟ୍ରେଣ୍ଡ ଡାନ୍ସର ମଧ୍ୟ । ସେ ଶିଶୁ କଳାକାର ରୂପେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତାମିଲ, ତେଲୁଗୁ ବ୍ୟତିତ ହିନ୍ଦୀ, ମାଲାୟାଲାମ ବଙ୍ଗଳା ଏମିତି ଅନେକ ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି କମଲ ହାସନ ।

୧୯୫୪ ନଭେମ୍ବର ୭ରେ ଜନ୍ମ ଗ୍ରହଣ କରିଥିଲେ କମଲ । ପିଲା ବେଳେ ତାଙ୍କ ନାମ ଥିଲା ପାର୍ଥ ସାରଥୀ । ପରେ ତାଙ୍କ ପିତା ନାମ ପରିବର୍ତ୍ତନ କରି କମଲ ହାସନ ରଖିଥିଲେ । ଯେତେବେଳେ ତାଙ୍କୁ ୪ବର୍ଷ ହୋଇଥିଲା ସେ ପ୍ରଥମ ଥର ପାଇଁ 'କାଲାଥୁର କନ୍ନାମ'ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । କୁହାଯାଏ, ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ହିରୋ କରିବା ବ୍ୟକ୍ତି କମଲ ହିଁ ଥିଲେ । ଯେବେ ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଂଘର୍ଷ କରୁଥିଲେ, ସେହି ସମୟରେ ତାଙ୍କୁ କମଲଙ୍କ ଅପୋଜିଟ ଭୂମିକାରେ ଅଭିନୟ ପାଇଁ ଚାନ୍ସ ମିଳିଥିଲା । କମଲ ହାସନ ୪ଟି ଜାତୀୟ ପୁରସ୍କାର ଗ୍ରହଣ କରିଥିବା ବେଳେ ୧୯ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ଏଥିସହ ୧୯୯୦ରେ ପଦ୍ମଶ୍ରୀ ଏବଂ ୨୦୧୪ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ।

କମଲ ପ୍ରଥମେ ନିଜ କଷ୍ଟ୍ୟୁମ ଡିଜାଇନର ବାଣୀ ଗଣପଥାୟା ବିବାହ କରିଥିଲେ । ପାଖାପାଖି 10 ବର୍ଷର ଦାମ୍ପତ୍ୟ ଜୀବନ ପରେ ତାଙ୍କ ଜୀବନରେ ଆସିଥିଲେ ସୁନ୍ଦରୀ ଅଭିନେତ୍ରୀ ସାରିକା । ଗୋଟିଏ ଫିଲ୍ମରେ ଦୁଇଜଣ ଏକାଠି କାମ କରିଥିଲେ । ଯାହାପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । କମଲଙ୍କ ପ୍ରେମ ସମ୍ପର୍କ ବିଷୟରେ ଯେବେ ପ୍ରଥମ ପତ୍ନୀ ବାଣୀଙ୍କୁ ଜଣାପଡିଲା ସେ ତାଙ୍କୁ ଛାଡପତ୍ର ଦେଇଥିଲେ । ଏହାପରେ କମଲ, ସାରିକାଙ୍କ ସହ ରହିବା ଆରମ୍ଭ କରିଦେଇଥିଲେ । ଦୁଇଜଣଙ୍କ ସମ୍ପର୍କ ସେହି ସମୟରେ ଖୁବ୍ ଚର୍ଚ୍ଚାରେ ମଧ୍ୟ ଥିଲା । ୧୯୮୮ରେ ସାରିକାଙ୍କୁ ବିବାହ କରିଥିଲେ କମଲ । ପ୍ରଥମ ଝିଅ ଅଭିନେତ୍ରୀ ଶୃତି ହାସନଙ୍କୁ ଜନ୍ମ ପରେ ସାରିକା ଅଭିନୟ ଛାଡିଲେ । ଏହାପରେ ତାଙ୍କର ୧୯୯୧ରେ ଦ୍ବିତୀୟ ଝିଅ ଅକ୍ଷରା ହାସନ ଜନ୍ମ ହୋଇଥିଲେ । କିନ୍ତୁ ୨୦୦୨ରେ ସାରିକା ଓ କମଲ ଛାଡପତ୍ର ନେଇ ଅଲଗା ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.