ETV Bharat / sitara

ରାଜନୀତିକୁ ନା କହିଲେ କମେଡି କିଙ୍ଗ ଜନି ଲିଭର - bhubaneswar

ଏବର୍ଷ ନିର୍ବାଚନରେ ଅନେକ ଷ୍ଟାର୍ସ ପାଦ ଥାପୁଥିବାର ନଜର ଆସୁଛନ୍ତି । କିନ୍ତୁ ଅନ୍ୟପଟେ ରାଜନୀତିରୁ ବାଦ ପଡିଛନ୍ତି ଅଭିନେତା ଜନି ଲିଭର । ଆଜି ଓଡ଼ିଶାରେ ପହଞ୍ଚିଥିବା ଜନି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସେ ରାଜନୀତିରେ ପଦାର୍ପଣ କରିବାକୁ ଚାହୁଁନାହାଁନ୍ତି ।

ଫାଇଲ ଫଟୋ
author img

By

Published : Mar 30, 2019, 10:33 PM IST

ଭୁବନେଶ୍ବର: ଆଜି ରାଜଧାନୀରେ ଆରମ୍ଭ ହେବାକୁ ଥିବା ଓଲିଉଡ ଫିଲ୍ମ ଫେୟାର ଆୱାର୍ଡର 9ତମ ସଂସ୍କରଣରେ ଯୋଗଦେବାକୁ ଓଡ଼ିଶା ମାଟିରେ ପହଞ୍ଚିଛନ୍ତି ବି-ଟାଉନର ବେଷ୍ଟ କମେଡିଆନ ଜନି ଲିଭର।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଅବସରେ ଆୟୋଜିକ ଏକ ସାମ୍ବାଦିକ ସମ୍ମିଳନୀରେ ଜନ ରାଓରୁ ଜନି ଲିଭର ହେବା ପର୍ଯ୍ୟନ୍ତ କାହାଣୀ ବିଷୟରେ ଆଲୋଚନା କରିଥିଲେ ଜନି । ଏହାସହ ସେ କହିଛନ୍ତି କି କମେଡିଆନକୁ ସବୁବେଳେ ଲୋକଙ୍କୁ ହସେଇବା ପାଇଁ ଦମ ଦରକାର ପଡିଥାଏ । ଲୋକଙ୍କୁ ହସାଇବା ସହଜ କଥା ନୁହେଁ ।

ଭଗବାନଙ୍କ ଦ୍ବାରା ଉପହାର ସୂରପ ମଣିଷକୁ କମେଡି ମିଳିଥାଏ । ତାହା କେବେ ଶିଖି କରି ହାସଲ କରି ହୁଏନାହିଁ । ଲୋକଙ୍କୁ ହସାଇବା ପାଇଁ ତାଙ୍କୁ ଲୋକଙ୍କ ଠାରୁ ହିଁ ପ୍ରେରଣା ମିଳୁଛି । ତେଣୁ ଏହି କାମରେ ଥକି ଯିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଜନି ।

ଖାଲି ଏତିକି ନୁହେଁ ସେ ରାଜନୀତିକୁ ନେଇ ମଧ୍ୟ ନିଜର ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ରୂପେ ରାଜନୀତିରେ ପାଦ ରଖିବେ ନାହିଁ ବୋଲି ମନା କରିଦେଇଛନ୍ତି । କାରଣ ସେ ଚାହୁଁନାହାଁନ୍ତି ହସାଉଥିବା ଲୋକକୁ କେହି ଗାଳି ଦିଅନ୍ତୁ ବୋଲି । ରାଜନୀତିରେ ପାଦ ଦେଲେ ତାଙ୍କ ମର୍ଯ୍ୟାଦା କମିଯିବ ବୋଲି ମଧ୍ୟ କହିଛନ୍ତି ସେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.