ହାଇଦ୍ରାବାଦ: ଡିଜିଟାଲ ଯୁଗରେ ସମସ୍ତେ ଡିଜିଟାଲ ହେବାରେ ବ୍ୟସ୍ତ । ନେଟଫ୍ଲିକ୍ସ, ଆମାଜନପ୍ରାଇମ ଭଳି ଡିଜିଟାଲ ପ୍ଲାଟଫର୍ମକୁ ସବୁ ଅଭିନେତା ମୁହାଁଇଲେଣି । ରେସ୍ 3 ର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ନେଟଫ୍ଲିକ୍ସ ସହ କାମ କରିବେ । 'ମିସେସ ସିରିଏଲ କିଲର' ଜରିଆରେ ଡିଜିଟାଲ ପ୍ଲାଟଫର୍ମକୁ ମାରିବେ ଏଣ୍ଟ୍ରି ।
ଏହା ବିଷୟରେ ନିଜେ ଜ୍ୟାକଲିନ ନିଜ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଏହାସହ ନେଟଫ୍ଲିକ୍ସ ମଧ୍ୟ ନିଜ ପେଜରେ ପୋଷ୍ଟ କରି ଜ୍ୟାକଲିନଙ୍କୁ ସ୍ବାଗତ କରିଛନ୍ତି । 'ମିସେସ ସିରିଏଲ କିଲର'କୁ ନିର୍ଦ୍ଦେଶନା ଦେବେ ଶିରିସ କୁନ୍ଦ୍ରା ଓ ତାଙ୍କୁ ସହାୟତା କରିବେ ପତ୍ନୀ ଫରାହ ଖାନ ।
ଏହାପରେ ଜ୍ୟାକଲିନ ସୁଶାନ୍ତ ସିଂ ରାଜପୁତଙ୍କ ସହ 'ଡ୍ରାଇଭ' ଫିଲ୍ମରେ ନଜର ଆସିବେ । ଏଥିରେ ପ୍ରଥମ ଥର ସୁଶାନ୍ତଙ୍କ ସହ ସ୍କ୍ରିନ ସେୟାର କରିବେ ଜ୍ୟାକଲିନ ।