ମୁମ୍ବାଇ: ହଲିଉଡ ଆକ୍ଟର କ୍ରିଷ୍ଟୋଫର ହିଭଜୁ ବ୍ଲକବଷ୍ଟର ଫିଲ୍ମ ‘ଗେମ ଅଫ ଥ୍ରୋନ୍ସ’ ଜରିଆରେ ଦର୍ଶକଙ୍କ ମନ କିଣିଥିଲେ। ସେ ଫିଲ୍ମରେ ଟରମଣ୍ଡ ଗିଣ୍ଟସବେନ ଭୂମିକାରେ ନଜର ଆସିଥିଲେ। ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ ମିଳିଛି। ଯାହା ଶୁଣି ଖୁସି ହୋଇଯିବେ ସମସ୍ତେ।
- " class="align-text-top noRightClick twitterSection" data="
">
ଆଜ୍ଞା ହଁ, ସେ କୋରୋନା ଭାଇରସ ଲଢେଇରେ ବିଜୟ ହାସିଲ କରିଛନ୍ତି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି ସେ ଓ ତାଙ୍କ ପତ୍ନୀ ଗେରୀଙ୍କ ମଧ୍ୟରେ କୋରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ପତ୍ନୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରି କ୍ରିଷ୍ଟୋଫର କ୍ୟାପସନରେ ଲେଖିଛନ୍ତି, ‘କୋରୋନା ସଂକ୍ରମିତରୁ ଏବେ ଆମେ ମୁକ୍ତ। ମୁଁ ଓ ମୋ ପତ୍ନୀ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛୁ।’
ଗତ କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ କୋରୋନା ଭାଇରସରେ ସଂକ୍ରିମତ ହେବା ସୂଚନା ଦେଇଥିଲେ। ଯାହା ଶୁଣି ନିରାଶ ହୋଇଯାଇଥିଲେ ତାଙ୍କ ଫ୍ୟାନ୍ସ।