ଭୁବନେଶ୍ବର: ଜବରଦସ୍ତ କମେଡି ନେଇ ଫିଲ୍ମ ‘ମାଲ ମହୁ ଜୀବନ ମାଟି’ ସହ ବଡ ପରଦାକୁ ଆସୁଛନ୍ତି ଓଲିଉଡର ଚକୋଲେଟି ହିରୋ ସବ୍ୟସାଚୀ । ସାଥୀରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ରହିଥିବା ବେଳେ ରିଲିଜ ହୋଇଛି ଫିଲ୍ମର ଟ୍ରେଲର । ଟ୍ରେଲରରେ ସବ୍ୟସାଚୀଙ୍କର ହଟକେ ଲୁକ୍ ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="">
ଫିଲ୍ମରେ ଅପରାଜିତା ମହାନ୍ତି, କୁନା ତ୍ରିପାଠୀଙ୍କ ସହ ମିହିର ଦାସଙ୍କ ଭଳି ଅଭିନେତା ଅଭିନେତ୍ରୀ ମଧ୍ୟ ରହିଛନ୍ତି । ଅମର ଷ୍ଟୁଡିଓ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ସେହିପରି ଫିଲ୍ମର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି ନବୀନ ଭଣ୍ଡାରୀ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ