ETV Bharat / sitara

ମନି ଲଣ୍ଡରିଂ: ଟଲିଉଡ଼ ଅଭିନେତା ନବଦୀପଙ୍କୁ ଘେରିଲା ED

author img

By

Published : Sep 13, 2021, 4:58 PM IST

ଟଲିଉଡ଼ ୨୦୧୭ ଡ୍ରଗ୍ସ ମାମଲାରେ ମନି ଲଣ୍ଡରିଂକୁ ନେଇ ଟଲିଉଡ଼ ଅଭିନେତା ନବଦୀପ ପଲ୍ଲାପୋଲୁଙ୍କୁ ପଚରା ଉଚୁରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଅଧିକ ପଢନ୍ତୁ...

ମନି ଲଣ୍ଡରିଂ: ଟଲିଉଡ଼ ଅଭିନେତା ନବଦୀପଙ୍କୁ ଘେରିଲା ED
ମନି ଲଣ୍ଡରିଂ: ଟଲିଉଡ଼ ଅଭିନେତା ନବଦୀପଙ୍କୁ ଘେରିଲା ED

ହାଇଦ୍ରାବାଦ: ଗତ ୨୦୧୭ ମସିହା ଡ୍ରଗ୍ସ ମାମଲାରେ ମନି ଲଣ୍ଡରିଂକୁ ନେଇ ଟଲିଉଡ଼ ଅଭିନେତା ନବଦୀପ ପଲ୍ଲାପୋଲୁଙ୍କୁ ପଚରା ଉଚୁରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏହାସହିତ ଇଡ଼ି ଆକ୍ଟରଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଟ୍ରାନଜାକ୍ସନ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏହାକୁ ଯାଞ୍ଚ କରୁଥିବା ମଧ୍ୟ ସୂଚନା ମିଳିଛି ।

ଇଡ଼ି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା ପରେ ସନ୍ଦେହ କରି ତାଙ୍କୁ ଅଧିକ ପଚରା ଉଚୁରା କରୁଛି । ତେବେ ନବଦୀପଙ୍କ ଡ୍ରଗ୍ସ ଯୋଗାଣକାରୀଙ୍କ ସହିତ ସମ୍ପର୍କ ଥିବା ଇଡ଼ି ସନ୍ଦେହ କରିଛି । ଡ୍ରଗ୍ସ ସପ୍ଲାଏର କେଲଭିନ ସହିତ ତାଙ୍କର ଲିଙ୍କ ଥିବା ସନ୍ଦେହ କରାଯାଉଛି । ଏହାସହିତ ଡ୍ରଗ୍ସ ବ୍ୟବହାର ହେଉଥିବା F club ଓ ଏହି କ୍ଲବକୁ ଯାଉଥିବା କିଛି ଲୋକଙ୍କ ସହିତ ତାଙ୍କର ସମ୍ପର୍କ ଥିବା ମଧ୍ୟ ଇଡ଼ି ସନ୍ଦେହ କରାଯାଇଛି । ଏଥିଲାଗି ତାଙ୍କୁ ଅଟକ ରଖାଯାଇ ଅଧିକ ପଚରା ଉଚୁରା କରାଯାଉଛି । ସେପଟେ ଆଡଜି F club କ୍ଲବ ମ୍ୟାନେଜରଙ୍କୁ ପଚରା ଉଚୁରା କରାଯିବ ବୋଲି ମଧ୍ୟ ଜଣାପଡ଼ିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଟଲିଉଡ଼ ଆକ୍ଟରଙ୍କ ମଧ୍ୟରେ ନିର୍ଦ୍ଦେଶକ ପୁରି ଜଗନ୍ନାଥଙ୍କ ସମେତ ରାକୁଲପ୍ରୀତ ସିଂ, ନନ୍ଦୁ, ରାଣା ଦଗ୍ଗୁବତୀ ଓ ରବି ତେଜାଙ୍କୁ ଇଡ଼ି ପଚରାଉଚୁରା କରିଛି । ତେବେ ସେମାନେ କେଲଭିନଙ୍କୁ ଜାଣିନଥିବା କହିଥିଲେ । କିନ୍ତୁ ମୁଖ୍ୟ ଅଭିଯୁକ୍ତ କେଲଭିନ ଓ ୱାହଦଙ୍କ ଦ୍ବାରା କିଛି ସନ୍ଦେହଜନକ ଟ୍ରାନଜାକ୍ସନ ଠାବ କରିଥିଲା ଇଡ଼ି । କିନ୍ତୁ ଅର୍ଥ କାରବାର ହୋଇଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହି ମାମଲାରେ ଗତ ମାସ ୧୦ ଜଣଙ୍କୁ ଇଡ଼ି ନୋଟିସ ଜାରି କରିଥିଲା । ସ୍ବତନ୍ତ୍ର ତଦନ୍ତକାରୀ ଦଳ(SIT) କିଛି ଟଲିଉଡ଼ଙ୍କ ଆକ୍ଟରଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ତନ୍ମଧ୍ୟରେ ରାଣା ଦଗ୍ଗୁବତୀ ଓ ରାକୁଲ ପ୍ରୀତ ସିଂ ନଥିବା ଜଣାପଡ଼ିଛି । ସେପଟେ ବଲିଉଡ଼ ଡ୍ରଗ୍ସ ମାମଲାରେ ରାକୁଲଙ୍କୁ ମୁମ୍ବାଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପଚରା ଉଚୁରା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.