ହାଇଦ୍ରାବାଦ: ଦୁଇ ବର୍ଷ ପରେ ମାଲାୟାଲମ୍ ଅଭିନେତା ଦଲକିର୍ ସଲମାନ ବଲିଉଡକୁ ଫେରିବେ । ମାଲାୟାଲମ୍ ସିନେମାର ଲୋକପ୍ରିୟ ତାରକା ତାଙ୍କର ପୂର୍ବ ହିନ୍ଦୀ ଫିଲ୍ମରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ । ନିର୍ଦ୍ଦେଶକ ଆର ବାଲ୍କିଙ୍କ ଆଗାମୀ ପ୍ରୋଜେକ୍ଟରେ ତାଙ୍କୁ ଦେଖିବାକୁ ମିଳିବ ।
ଚଳିତ ବର୍ଷ ପ୍ରଥମ ତ୍ରୟ ମାସ ମଧ୍ୟରେ ଆର୍.ବାଲ୍କିଙ୍କ ସହ ଦଲକିର୍ କାମ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଏକ ୱେବଲଏଡ୍ ରିପୋର୍ଟ ଅନୁଯାୟୀ, ପା, ଚିନି କମ୍ ଏବଂ କି ଆଣ୍ଡ କା ଭଳି ସ୍ଲାଇସ୍ ଅଫ୍ ଲାଇଫ୍ ଡ୍ରାମା ପାଇଁ ଜଣାଶୁଣା ବଲ୍କି ଏକ ଦୀର୍ଘ ସମୟ ପରେ ଥ୍ରୀଲର୍ ଫିଲ୍ମ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ତେବେ ଏହି ଫିଲ୍ମରେ ଦଲକିର୍ ସଲମାନ ଉପଯୁକ୍ତ ହେବେ ବୋଲି ନିର୍ମାତାଙ୍କ ମତ ।
ମାଲାୟାଲମ୍ ଆଇକନ୍ ମାମୁତିଙ୍କ ପୁଅ ଦଲକିର୍ 2012 ରେ ‘ସେକେଣ୍ଡ୍ ସୋ’ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଦଲକିର୍, ଉସ୍ତାଦ୍ ହୋଟେଲ୍, ନଜାନ୍, ଭାୟା ମୁଡି ପେସାଭମ୍, ଓ କାଦଲ କାନମାନି, ଚାର୍ଲି ଭଳି ସାଉଥ୍ ଫିଲ୍ମରେ ଅଭିନୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ