ETV Bharat / sitara

ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲା: ଏନସିବି କାର୍ଯ୍ୟାଳୟରେ ଦୀପିକା, ଶ୍ରଦ୍ଧା ଓ ସାରା - ସାରା ଅଲ୍ଲି ଖାନ

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ରହସ୍ୟ ଖୋଲିବାକୁ ଯାଇ ବଲିଉଡ ସହ ରହିଥିବା ଡ୍ରଗ୍ସ ଲିଙ୍କ ମାମଲାରେ ହେବାରେ ଲାଗିଛି ପର୍ଦ୍ଦାଫାସ । ଏମିତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଆସୁଛନ୍ତି ଜଣେ ପରେ ଜଣେ ବଲିଉଡର ନାମୀଦାମୀ କଳାକାର ।

drugs case in bollywood, ncb office, ncb questioning, deepika, shradha, sara in ncb office, deepika padukon, sara ali khan, shradha kapoor, ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲା, ଏନସିବି କାର୍ଯ୍ୟାଳୟ, ଏନସିବି ଜେରା, ଏନସିବି କାର୍ଯ୍ୟାଳୟରେ ଦୀପିକା, ଶ୍ରଦ୍ଧା, ସାରା, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲି ଖାନ, ମନୋରଞ୍ଜନ ଖବର
ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲା: ଏନସିବି କାର୍ଯ୍ୟାଳୟରେ ଦୀପିକା, ଶ୍ରଦ୍ଧା ଓ ସାରା
author img

By

Published : Sep 26, 2020, 12:49 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ରହସ୍ୟ ଖୋଲିବାକୁ ଯାଇ ବଲିଉଡ ସହ ରହିଥିବା ଡ୍ରଗ୍ସ ଲିଙ୍କ ମାମଲାରେ ହେବାରେ ଲାଗିଛି ପର୍ଦ୍ଦାଫାସ । ଏମିତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଆସୁଛନ୍ତି ଜଣେ ପରେ ଜଣେ ବଲିଉଡର ନାମୀଦାମୀ କଳାକାର । ଏହି ତାଲିକାରେ ବର୍ତ୍ତମାନ ସୁଦ୍ଧା ଅଭିନେତ୍ରୀ ରକୁଲପ୍ରିତ ସିଂ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ଦୀପିକା ପାଦୁକୋନଙ୍କ ନାମ ଉଠିଥିବା ବେଳେ ଶନିବାର ଏନସିବି ଆଗରେ ହାଜର ହେବା ପାଇଁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଦୀପିକା ଓ ଶ୍ରଦ୍ଧା ।

ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲା: ଏନସିବି କାର୍ଯ୍ୟାଳୟରେ ଦୀପିକା, ଶ୍ରଦ୍ଧା ଓ ସାରା

ଏନସିବି ଆଗରେ ହାଜର ହେବା ପାଇଁ ଦୀପିକାଙ୍କୁ ସମନ ଜାରି ହୋଇଥିଲା । ସେ ସମୟରେ ଦୀପିକା ଗୋଆରେ ଥିବା ବେଳେ ଏନସିବିର ସମନ ଜାରି ହେବା ପରେ ସ୍ବାମୀ ରଣଭୀର ସିଂଙ୍କ ସହ ସେ ଶୁକ୍ରବାର ମୁମ୍ବାଇ ଫେରିଥିଲେ । ତେବେ ଶନିବାର ପ୍ରଥମେ ଦୀପିକା ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ପରେ ପରେ ପହଞ୍ଚିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା । ଏହାପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବା ନେଇ ଜଣା ପଡିଛି । ଏହାକୁ ନଜରରେ ରଖି ମୁମ୍ବାଇ ପୋଲିସ ଏନସିବି କାର୍ଯ୍ୟାଳୟ ସମ୍ମୁଖରେ ବିପୁଳ ଫୋର୍ସ ମୁତୟନ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।

କେବଳ ଅଭିନେତ୍ରୀ ନୁହେଁ ଏହି ରାଡାରରେ ଅନେକ ନାମୀଦାମୀ ଫ୍ୟାସନ ଡିଜାଇନର ଓ ମନୋରଞ୍ଜନ ଶିଳ୍ପ ସହ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଛି । ଯାହାଙ୍କ ମଧ୍ୟରେ ରହିଛନ୍ତି ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା । କିଛି ଦିନ ପୂର୍ବରୁ ସେ ଏନସିବି ଆଗରେ ହାଜର ହୋଇସାରିଥିବା ବେଳେ ଶନିବାର ଜେରା ପାଇଁ ଆସିଛନ୍ତି ଅଭିନେତ୍ରୀ ଦୀପିକା, ଶ୍ରଦ୍ଧା ଓ ସାରା । ସେପଟେ ଚଳିତ ସପ୍ତାହ ଆରମ୍ଭରୁ କେଡବ୍ଲୁଏଏନ ଟ୍ୟାଲେଣ୍ଟ ଏଜେନ୍ସିରେ କାର୍ଯ୍ୟରତ କରିସ୍ମା ପ୍ରକାଶ ଓ ସିଇଓ ଧ୍ରୁବ ଚିତଗୋପେକର, ଫିଲ୍ମ ନିର୍ମାତା ମଧୁ ମାଣ୍ଟେନା ମଧ୍ୟ ଏନସିବି ଆଗରେ ହାଜର ହୋଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.