ETV Bharat / sitara

ଏବେ ଖ୍ରୀଷ୍ଟମାସରେ ବଢିବ 'ଡିଜନି'ର ଦବଦବା

ଏବେ ନଅ ବର୍ଷ ପାଇଁ ପ୍ରତି ଖ୍ରୀଷ୍ଟମାସରେ ରିଲିଜ ହେବ 'ଡିଜନି'ର ଗୋଟିଏ ଲେଖାଏଁ ଫିଲ୍ମ । 'ଡିଜନି'ର ବହୁ ଚର୍ଚ୍ଚିତ ଫିଲ୍ମ 'ଅବତାର' ଓ ହିଟ ଫିଲ୍ମ 'ଷ୍ଟାର ୱାର୍ସ' ଅଲଗା ଅଲଗା ସିରିଜରେ ପ୍ରତିବର୍ଷ ରିଲିଜ ହେବ । ଡିସେମ୍ବର 17, 2021ରେ ରିଲିଜ ହେବ ଅବତାରର ଦ୍ବିତୀୟ ଭାଗ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 9, 2019, 3:45 AM IST

ହାଇଦ୍ରାବାଦ: 'ଡିଜନି' ବ୍ୟାନରର ସବୁ ଫିଲ୍ମକୁ ଦର୍ଶକ କାଫି ପସନ୍ଦ କରନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି 'ଡିଜନି' ଏବେ 9 ବର୍ଷ ପ୍ରତି ଖ୍ରୀଷ୍ଟମାସରେ ଗୋଟିଏ ଲେଖାଏଁ ଫିଲ୍ମ ରିଲିଜ କରିବ । 'ଡିଜନି'ର ବହୁ ଚର୍ଚ୍ଚିତ ଫିଲ୍ମ 'ଅବତାର' ଓ ହିଟ ଫିଲ୍ମ 'ଷ୍ଟାର ୱାର୍ସ' ଅଲଗା ଅଲଗା ସିରିଜରେ ପ୍ରତି ବର୍ଷ ରିଲିଜ ହେବ ।

disney
ଡିଜାଇନ ଫଟୋ

ରିପୋର୍ଟ ମୁତାବକ, 'ଷ୍ଟାର ୱାର୍ସ'ର ତିନୋଟି ସିରିଜ ଆସିବାକୁ ଥିବା ବେଳେ 'ଅବତାର'ର ଚାରୋଟି ସିରିଜ ଆସିବ । 10 ବର୍ଷ ତଳେ ରିଲିଜ ହୋଇଥିବା ଫିଲ୍ମ ଅବତାର ପୁରା ବିଶ୍ବରେ ସର୍ବାଧିକ ବ୍ୟବସାୟ କରିଥିଲା । ଏହାର ଦ୍ବିତୀୟ ଭାଗ ଡିସେମ୍ବର 17, 2021ରେ ରିଲିଜ ହେବ । ତେବେ ଏ ବର୍ଷ ଶେଷକୁ 'ଦି ରାଇଜ ଅଫ ସ୍କାଏ ୱାକର' ରିଲିଜ ହେବ ।

'ଅବତାର'ର ଚାରୋଟି ସିକ୍ବେଲ ଗୋଟେ ବର୍ଷ ବିରତିରେ ରିଲିଜ ହେବ । 2019ରେ 'ଷ୍ଟାର ୱାର୍ସ' ଏପିସୋଡ, 2020ରେ 'କ୍ରୁଏଲା ଆଣ୍ଡ ୱେଷ୍ଟ ସାଇଡ ଷ୍ଟୋରୀ', 2021ରେ 'ଅବତାର-2', 2022ରେ 'ଷ୍ଟାର ୱାର୍ସ ସିରିଜ', 2023ରେ 'ଅବତାର-3', 2024ରେ 'ଷ୍ଟାର ୱାର୍ସ ସିରିଜ', 2025 'ଅବତାର-4', 2026ରେ 'ଷ୍ଟାର ୱାର୍ସ ସିରିଜ' ଓ 2027ରେ 'ଅବତାର-5' ରିଲିଜ ହେବ ।

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.