ETV Bharat / sitara

କୋଭିଡ-19: 1 ମିଲିଅନ ଡଲାର ଦାନ କଲେ ‘ଡେଡପୁଲ’ ଆକ୍ଟର - 1 ମିଲିୟନ ଡଲାର ଦାନ କଲେ ‘ଡେଡପୁଲ’ ଆକ୍ଟର

କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସହଯୋଗରେ ସାମ୍ନାକୁ ଆସିଲେ ଅଭିନେତା ରେୟାନ। ଟ୍ବିଟ କରି ଫ୍ୟାନ୍ସଙ୍କୁ ଦେଲେ ସୂଚନା।

ryan reynolds
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେୟାନ ରେନାଲ୍ଡସ
author img

By

Published : Mar 18, 2020, 5:35 PM IST

ମୁମ୍ବାଇ: ହଲିଉଡର ଫେମସ ଆକ୍ଟର ରେୟାନ ରେନାଲ୍ଡସ ଓ ତାଙ୍କ ପତ୍ନୀ ବ୍ଲେକ ଲାଇଭଲି କୋରୋନା ଭାଇରସ ସଂକ୍ରମିତଙ୍କୁ ସହଯୋଗର ହାତ ବଢାଇଛନ୍ତି । ସେ 1 ମିଲିଅନ ଡଲାର ଦାନ ରୂପେ ଫିଡିଂ ଆମେରିକା ଓ ଫୁଡ ବ୍ୟାକ୍ସ କନାଡାକୁ ଦେଇଛନ୍ତି । ଏହି ଟଙ୍କା ଦ୍ବାରା ସେ ସଂକ୍ରମିତ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ରେୟାନ ରେନାଲ୍ଡସ

ଏହାର ସୂଚନା ସେ ଟ୍ବିଟରରେ ଦେଇ ଲେଖିଛନ୍ତି, ‘କୋଭିଡ-19ରେ ବୟସ୍କ ଓ ଗରିବ ପରିବାର ଉପରେ ଖରାପ ପ୍ରଭାବ ପଡୁଛି । ମୁଁ ମୋ ପତ୍ନୀ ବ୍ଲେକଙ୍କ ମିଶି 1 ମିଲିଅନ ଡଲାର ଫିଡିଂ ଆମେରିକା ଓ ଫୁଡ ବ୍ୟାଙ୍କସ କାନାଡାକୁ ଡୋନେଟ କରିଛୁ । ଯଦି ଆପଣ ସାହାଯ୍ୟ କରିବାକୁ ଚାହୁଁଛ ତେବେ ନିହାତି କରିପାରିବେ। କାରଣ ଏହି ସଂସ୍ଥାନକୁ ଆପଣଙ୍କ ସହଯୋଗର ଆବଶ୍ୟକ ଅଛି।’

ରେୟାନଙ୍କ ଏହି ପଦକ୍ଷେପର ବର୍ତ୍ତମାନ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ସେ ପ୍ରଥମ ସେଲିବ୍ରିଟି ଯିଏ କୋରୋନା ସଂକ୍ରମିତ ଲୋକଙ୍କ ପାଇଁ ଦାନ କରିଛନ୍ତି । ତାଙ୍କର ଏହି ଟ୍ବିଟକୁ ଏଯାବତ 58 ହଜାର ଲୋକ ପସନ୍ଦ କରିସାରିଲେଣି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.