ୱାଶିଂଟନ: କୋରୋନାରୁ ମୁକ୍ତ ହୋଇ ଫେରିଥିବା ହଲିଉଡ ଆକ୍ଟର ଟମ ହ୍ୟାଙ୍କ୍ସ ନିକଟରେ ନିଜ ପ୍ଲାଜମା ଦାନ କରିଛନ୍ତି । କୋଭିଡ 19 ଯୁଦ୍ଧରେ ସାମିଲ ହୋଇ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ଲସ ଏଞ୍ଜେଲେସର ଏକ ହସ୍ପିଟାଲକୁ ସେ ବ୍ଲଡ ପ୍ଲାଜମା ଦାନ କରିଥିବା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ପ୍ଲାଜମା ଭର୍ତ୍ତି ଏକ ବ୍ୟାଗ ସହ ଫଟୋ ଦେଇ ସେ ଲେଖିଛନ୍ତି ଯେ ଏହା ଛୋଟ ବିଶ୍ରାମ ନେବା ଭଳି ଏକ ସହଜ କାମ । ପ୍ଲାଜମା ଦାନ କରିବାରେ କୌଣସି ପ୍ରକାର ସମସ୍ୟା ହୋଇନାହିଁ । କୋଭିଡ 19 ଯୁଦ୍ଧରେ ଲୋକଙ୍କୁ ସାହାଯ୍ୟ କରିବାକୁ ଏହା ନିଷ୍ପତ୍ତି ବୋଲି ସେ ଲେଖିଛନ୍ତି । ନିକଟରେ ସେ ମଜାରେ କହିଥିଲେ ଯେ କୋରୋନା ଭ୍ୟାକସିନ ତାଙ୍କ ନାମରେ ବାହାରିବ । ଏହାର ନାମ ହ୍ୟାଙ୍କ-ସିନ ରହିବ । ପ୍ରକାଶ ଥାଉ କି ଅଷ୍ଟ୍ରେଲିଆରେ ଏକ ବାୟୋପିକ ସୁଟିଂବେଳେ ଟମ ଓ ତାଙ୍କ ସ୍ତ୍ରୀଙ୍କୁ କୋଭିଡ 19 ହୋଇଥିଲା । ଫଳରେ ସେଠାରେ ହିଁ ଉଭୟ ପ୍ରାୟ ମାସେ ହେବ ଚିକିତ୍ସିତ ହେଉଥିଲେ ।
ତେବେ ଏନେଇ ସେ ସୂଚନା ଦେବା ପରେ ସାରା ହଲିଉଡ ଓ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଟେନସନ ବଢିଯାଇଥିଲା । ସେ ବିଶ୍ବର ପ୍ରଥମ ସେଲିବ୍ରିଟି ଥିଲେ ଯିଏ କୋରୋନାର ଶିକାର ହୋଇଥିଲେ । ପରେ ଉଭୟ ସୁସ୍ଥ ହୋଇ ମାର୍ଚ୍ଚ 27ରେ ଲସ ଏଞ୍ଜେଲସ ଫେରିଥିଲେ ।