ETV Bharat / sitara

କଳା କୋଟ ପିନ୍ଧିବା ପାଇଁ ଦେବ ଆନନ୍ଦଙ୍କୁ ବାରଣ କରିଥିଲା କୋର୍ଟ - ଦେବ ଆନନ୍ଦଙ୍କୁ ନେଇ ଅଜଣା କଥା

ବଲିଉଡରେ ପ୍ରାୟ 100ରୁ ଅଧିକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥିଲେ ଏଭରଗ୍ରୀନ ଅଭିନେତା ଦେବ ଆନନ୍ଦ । ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ ଗାଇଡ, ହରେ କ୍ରିଷ୍ଣା ହରେ ରାମ, ଦେଶ ପରଦେଶ, ଜୁଏଲ ଥିଫ ଓ ଜନି ମେରା ନାମ ଆଦି ତାଙ୍କୁ ଦେଇଥିଲା ବଲିଉଡରେ ଏକ ସ୍ବତନ୍ତ୍ର ଓ ଚିରସ୍ମରଣୀୟ ପରିଚୟ । ମିଠା ହସ ସାଙ୍ଗକୁ ମିଠା କଥା କହୁଥିବା ଦେବ ସାହାବ ବାସ୍ତବ ଜୀବନରେ ମଧ୍ୟ ଜଣେ ପ୍ରଭାବଶାଳୀ ମଣିଷ ଥିଲେ ।

dev anand, unknown fact, unknown fact on dev anand, entertainment news, ଦେବ ଆନନ୍ଦ, ଅଜଣା କଥା, ଦେବ ଆନନ୍ଦଙ୍କୁ ନେଇ ଅଜଣା କଥା, ମନୋରଞ୍ଜନ ଖବର
କଳା କୋଟ ପିନ୍ଧିବା ପାଇଁ ଦେବ ଆନନ୍ଦଙ୍କୁ ବାରଣ କରିଥିଲା କୋର୍ଟ
author img

By

Published : Sep 26, 2020, 3:07 PM IST

ହିନ୍ଦୀ ଚଳଚ୍ଚିତ୍ର ଜଗତର ଏକ ଚର୍ଚ୍ଚିତ ଚେହେରା ଓ ନାମ ଦେବ ଆନନ୍ଦ । ଦେବ ସାହାବ ନାମରେ ସେ ପ୍ରତ୍ୟେକ ଭାରତୀୟଙ୍କ ମନରେ କିଣିପାରିଥିଲେ ସ୍ବତନ୍ତ୍ର ସ୍ଥାନ । ସମୟ ଥିଲା ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଝିଅମାନେ ଥିଲେ ପାଗଳ ପ୍ରାୟ । ବଲିଉଡର ସମସ୍ତ ଟପ୍‌ ଅଭିନେତ୍ରୀ ତାଙ୍କ ସହ ଅଭିନୟ କରିବା ପାଇଁ ଥିଲେ ବ୍ୟାକୁଳ । ଆଜି ତାଙ୍କର 97ତମ ଜନ୍ମ ବାର୍ଷିକୀରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଏପରି କଥା ଯାହା ହୁଏତ କିଛି କମ ଲୋକେ ଜାଣିଥିବେ ।

ବଲିଉଡରେ ପ୍ରାୟ 100ରୁ ଅଧିକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥିଲେ ଏଭରଗ୍ରୀନ ଅଭିନେତା ଦେବ ଆନନ୍ଦ । ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ ଗାଇଡ, ହରେ କ୍ରିଷ୍ଣା ହରେ ରାମ, ଦେଶ ପରଦେଶ, ଜୁଏଲ ଥିଫ ଓ ଜନି ମେରା ନାମ ଆଦି ତାଙ୍କୁ ଦେଇଥିଲା ବଲିଉଡରେ ଏକ ସ୍ବତନ୍ତ୍ର ଓ ଚିରସ୍ମରଣୀୟ ପରିଚୟ । ମିଠା ହସ ସାଙ୍ଗକୁ ମିଠା କଥା କହୁଥିବା ଦେବ ସାହାବ ବାସ୍ତବ ଜୀବନରେ ମଧ୍ୟ ଜଣେ ପ୍ରଭାବଶାଳୀ ମଣିଷ ଥିଲେ ।

ଜନ୍ମ ସମୟରେ ଦେବବତ୍ତ ପିଶୋରିମାଲ ଆନନ୍ଦ ରହିଥିଲା ତାଙ୍କ ପ୍ରକୃତ ନାମ । ଧରମ ଦେବ ଆନନ୍ଦ ନାମରେ ମଧ୍ୟରେ ସେ ଜଣା ଯାଉଥିବାବେଳେ ତାଙ୍କ ଡାକ ନାମ ଥିଲା ଚିରୁ । ତାଙ୍କୁ କୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ସର୍ବସାଧାରଣ ସ୍ଥାନରେ କଳା କୋଟ ପିନ୍ଧିବାକୁ ବାରଣ କରାଯାଇଥିଲା । ଏହା ପଛରେ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଝିଅମାନେ ତାଙ୍କୁ କଳା କୋଟରେ ଦେଖିବା ମାତ୍ରେ ପାଗଳ ପ୍ରାୟ ହୋଇ ଭିଡ ଜମାଇବା ସହ ଅନେକ ସମୟରେ ଛାତରୁ ଡେଇଁବାର ଉଦ୍ୟମ କରୁଥିଲେ । ଏହାକୁ ନଜରରେ ରଖି କୋର୍ଟ ପକ୍ଷରୁ ଦେବ ସାହାବଙ୍କ ଉପରେ କଳା କୋଟ ପିନ୍ଧିବାରେ ବାରଣ କରାଯାଇଥିଲା ।

ଅଭିନୟ ଜଗତରେ ନିଜ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ତାଙ୍କ ଦରମା ଥିଲା ମାତ୍ର 160 ଟଙ୍କା । ନିଜ କ୍ୟାରିୟରର ପ୍ରାରମ୍ଭିକ ସମୟ ସେ ଗୁରୁଦାସପୁର ସହରର ଘରୋଟା ଗ୍ରାମରେ ବିତାଇଥିଲେ । ସେ ହିମାଚଳପ୍ରଦେଶର ହାର୍ଟ ସ୍କୁଲରୁ ଦଶମ ଯାଏଁ ପାଠ ପଢିଥିଲେ । ଏହାପରେ ଧର୍ମଶାଳାରୁ କଲେଜ ପାଠ ପଢା ସାରି ସେ ଲାହୋର ଚାଲିଯାଇଥିଲେ ଚାକିରୀ ଉଦ୍ଦେଶ୍ୟରେ । ତେବେ ମୁମ୍ବାଇରେ ନିଜ ସଂଘର୍ଷମୟ ଜୀବନ ଆରମ୍ଭ କରିଥିବା ବେଳେ ପ୍ରଥମେ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଏକ ଆକାଉଣ୍ଟାଣ୍ଟ ଫର୍ମରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ତାଙ୍କ ଦରମା ଥିଲା ମାତ୍ର 85 ଟଙ୍କା । ଏହାପରେ ସେ ମିଲିଟାରୀ ସେନ୍ସର ଅଫିସରେ ମଧ୍ୟ କାର୍ଯ୍ୟ କରୁଥିଲେ । ସେଠାରେ ତାଙ୍କୁ ମାସିକ 160 ଟଙ୍କା ବେତନ ମିଳୁଥିଲା ।

ବଲିଉଡରେ ଏଣ୍ଟ୍ରି ନେବା ପଛରେ ଦେବ ସାହାବଙ୍କୁ ଅନୁପ୍ରାଣିତ କରିଥିଲେ ଅଶୋକ କୁମାର ଓରଫ ଦାଦା ମୁନୀ । ଦାଦା ମୁନୀଙ୍କ ଚଳଚ୍ଚିତ୍ର ଅଛୁତ କନ୍ୟା ହିଁ ଦେବ ଆନନ୍ଦଙ୍କୁ ଫିଲ୍ମ ପ୍ରତି ଅଧିକ ଆକର୍ଷିତ କରିଥିଲା । ଏହାପରେ ଦାଦା ମୁନୀ ଦେବଙ୍କୁ ଚଳଚ୍ଚିତ୍ର ଜିଦ୍‌ରେ ଦେଇଥିଲେ ତାଙ୍କ ଜୀବନର ବଲିଉଡ ବ୍ରେକ । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ଶାହିଦ ଲତିଫ ।

ହିନ୍ଦୀ ଚଳଚ୍ଚିତ୍ରରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ଯୋଡିକୁ ନେଇ ଆରମ୍ଭରୁ ରହି ଆସିଛି ଚର୍ଚ୍ଚାର ଆସର । ଏମିତିରେ ଏଭରଗ୍ରୀନ ଅଭିନେତା ବା କେମିତି ବାଦ ପଡିଥାଆନ୍ତେ । ଦେବ ଆନନ୍ଦଙ୍କ ସହ ଯୋଡା ହୋଇଥିବା ପ୍ରଥମ ନାମ ହେଉଛି ସୁରୈୟା । ବିଶ୍ବାସ କରାଯାଏ କି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଥିଲା । ଉଭୟଙ୍କ ମଧ୍ୟରେ ରହିଥିବା ସମ୍ପର୍କ ଫିଲ୍ମ ବିଦ୍ୟାରେ ଫୁଟି କରି ସ୍କ୍ରିନରେ ଦେଖାଯାଇଥିଲା ।

ଏହି ଚଳଚ୍ଚିତ୍ରର ଗୀତ କିନାରେ କିନାରେ ଚଲେ ଜାୟେଙ୍ଗେର ସୁଟିଂ ସମୟରେ ନୌକାଟି ସତରେ ବୁଡି ଯାଇଥିଲା । ଆଉ କାଳ ବିଳମ୍ବ ନକରି ଜଣେ ପ୍ରକୃତ ହିରୋ ପରି ଦେବ ଆନନ୍ଦ ନିଜ ପ୍ରେମିକା ସୁରୈୟାଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ସେ ସୁରୈୟାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ଫିଲ୍ମ ଜିତ୍‌ର ସୁଟିଂ ସେଟ୍‌ରେ ଏକ ହୀରା ମୁଦି ସହ ସୁରୈୟାଙ୍କୁ ପ୍ରେମ ନିବେଦନ କରି ବିବାହ ପାଇଁ ପଚାରିଥିଲେ । ହେଲେ ସୁରୈୟାଙ୍କ ଆଈ ଏହି ଧର୍ମ ବାହାରେ ବିବାହକୁ ତୀବ୍ର ବିରୋଧ କରିଥିଲେ । ଆଉ ଆଈଙ୍କ ସମ୍ମାନ ରକ୍ଷା କରିବାକୁ ଯାଇ ସୁରୈୟା ଆଜୀବନ ଦେବ ଆନନ୍ଦଙ୍କ ପ୍ରେମ ସାହାରରେ ଅବିବାହିତ ଭାବେ ଜୀବନ ବିତାଇଥିଲେ ।

ଦେବ ଆନନ୍ଦ ଅନେକ ବ୍ଲକ ବଷ୍ଟର ଚଳଚ୍ଚିତ୍ର ଯଥା ଜଙ୍ଗଲୀ, ତିସ୍ରୀ ମଞ୍ଜିଲ ଓ ଜଞ୍ଜିର ଆଦିର ଅଫରକୁ ମନା କରି ଦେଇଥିଲେ । ଏହା ବଦଳରେ ସେ ଅନେକ ନବାଗତଙ୍କୁ ସୁଯୋଗ ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଶମ୍ମି କପୁରଙ୍କ ପାଇଁ ଲକି ଚାର୍ମ ପାଲଟିଥିଲା । ତେବେ ମୁଖ୍ୟତଃ ନିଜ ରୋମାଣ୍ଟିକ ଅନ୍ଦାଜ ଓ କ୍ୟାରେକ୍ଟର ପାଇଁ ଜଣା ଯାଉଥିବା ଦେବ ଆନନ୍ଦଙ୍କୁ ଆଜିକା ପିଢି ମଧ୍ୟ ଖୁବ ପସନ୍ଦ କରନ୍ତି । ଏବେ ବି ଯୁବପିଢି ତାଙ୍କ ଗୀତ ଶୁଣିବାକୁ ବେଶ ପସନ୍ଦ କରନ୍ତି । ଡିସେମ୍ବର 3, 2011 ମସିହାରେ ସେ ଦୁନିଆକୁ କହିଥିଲେ ଅନ୍ତିମ ବିଦାୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.