ବେଙ୍ଗାଲୁରୁ: ଗତ ମାସରେ ଡ୍ରଗ କାରବାରରେ ଗିରଫ ହୋଇଥିଲେ କନ୍ନଡ ଅଭିନେତ୍ରୀ ରାଗିନୀ ଦ୍ବିବେଦୀ ଓ ତାଙ୍କ ସରକାରୀ କର୍ମଚାରୀ ଥିବା ବନ୍ଧୁ ରବିଶଙ୍କର । ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିଲା ସିସିବି ପୋଲିସ । ଯାହାପରେ ରବିଶଙ୍କରଙ୍କୁ ପାରାପାନା ଆଗ୍ରାହାରା ଜେଲକୁ ପଠା ଯାଇଥିଲା ।
ବେଞ୍ଚ ୱାରେଣ୍ଟି ଆଧାରରେ ସିସିବି ଶନିବାର ଅଧିକ ପଚରାଉଚରା ପାଇଁ ରବିଶଙ୍କରଙ୍କୁ ଡାକିଥିଲା। ଏହି ଯାଞ୍ଚରେ ସେ ରାଗିନୀଙ୍କ ସହ ଲିଭ-ଇନ- ରିଲେସନଶିପରେ ରହୁଥିବା କଥା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ କାରବାର ବିଷୟରେ ଆଲୋଚନା କରିଛନ୍ତି । ଏହାବ୍ୟତୀତ ସେ କିଛି ଆଶ୍ଚର୍ଯ୍ୟକର ଖୁଲାସା ମଧ୍ୟ କରିଛନ୍ତି, ଯାହା ଏଯାବତ ସାମ୍ନାକୁ ଆସିନାହିଁ ।
ପ୍ରକାଶ ଥାଉକି ରବିଶଙ୍କରଙ୍କ ବୟାନକୁ ଆଧାର କରି ସିସିବି ତଦନ୍ତ ପରିସରକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ