ETV Bharat / sitara

47 ବର୍ଷରେ ସୋନୁ ସୁଦ: ଗରିବଙ୍କ ମସିହା, ଅସହାୟଙ୍କ ସାହା - କୋରୋନା ଅସହାୟଙ୍କୁ ସାହା

ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟକ ସୋନୁ ସୁଦ । ବଲିଉଡ ହେଉ କି ଟଲିଉଡ ସବୁଥିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୋନୁ । ଆଉ ଆଜି ତାଙ୍କୁ ସାରା ଦେଶ ଜଣାଉଛି ଶୁଭେଚ୍ଛା। କାରଣ ଆଜି 47 ବର୍ଷରେ ପଦାର୍ପଣ କରିଛନ୍ତି ଏହି ମହାନାୟକ । ଅଧିକ ଖବର ପଢନ୍ତୁ...

47 ବର୍ଷରେ ସୋନୁ ସୁଦ: ଗରିବଙ୍କ ମସିହା, ଅସହାୟଙ୍କ ସାହା

author img

By

Published : Jul 30, 2020, 1:53 PM IST

ପରଦାରେ ଭିଲେନ ହେଲେ ରିଅଲ ଲାଇଫରେ ସେ ଆଜି ସମସ୍ତଙ୍କ ପାଇଁ ହିରୋ । ସୋନୁ ସୁଦ, ନାଁ ଯେମିତି କାମ ବି ଠିକ ସେମିତି । ପରଦାରେ ତାଙ୍କୁ ଦେଖି ଭୟଭୀତ ହେଉଥିବା ଫ୍ୟାନ୍ସ ଏବେ ରିଅଲ ଲାଇଫର ତାଙ୍କ କାମକୁ ନେଇ ବେଶ ବାଃ ବାଃ କରୁଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟକ ସୋନୁ ସୁଦ । ବଲିଉଡ ହେଉ କି ଟଲିଉଡ ସବୁଥିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୋନୁ । ଆଉ ଆଜି ତାଙ୍କୁ ସାରା ଦେଶ ଜଣାଉଛି ଶୁଭେଚ୍ଛା। କାରଣ ଆଜି 47 ବର୍ଷରେ ପଦାର୍ପଣ କରିଛନ୍ତି ଏହି ମହାନାୟକ ।

ଏବେ ପ୍ରତିଟି ହେଡଲାଇନରେ କେବଳ ନାଁ ସୋନୁ ସୁଦ ସୋନୁ ସୁଦ ଆଉ ସୋନୁ ସୁଦ । କାରଣ ମହାମାରୀ କୋରୋନା ସଙ୍କଟରେ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରି ଆସୁଥିବା ଏହି ନାୟକ ଏବେ ଚର୍ଚ୍ଚାର ଶିରୋନାମାରେ । କେଉଁଠି ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଛନ୍ତି ତ ଆଉ କେଉଁଠି ଚାକିରୀ ହରାଇଥିବା ଯୁବପିଢିଙ୍କୁ ଚାକିରୀ ଯୋଗାଇଛନ୍ତି ।

47 ବର୍ଷରେ ସୋନୁ ସୁଦ: ଗରିବଙ୍କ ମସିହା, ଅସହାୟଙ୍କ ସାହା

ସବୁଠାରୁ ଆନନ୍ଦ ଦେଇଥିଲା ଆନ୍ଧ୍ରପ୍ରଦେଶର ଘଟଣା । ଯେଉଁଠି ଦୁଇ ଭଉଣୀ ହଳ କରୁଥିବା ଦୃଶ୍ୟ ଦେଖି ସୋନୁ ତାଙ୍କୁ ବଳଦ ଦେବାକୁ କହି ଟ୍ରାକ୍ଟର ଉପହାରରେ ଦେଇଥିଲେ । ଆଉ ଏହି ଘଟଣାକୁ ନେଇ କେବଳ ଫ୍ୟାନ୍ସ ନୁହଁନ୍ତି ସାଧାରଣ ଲୋକେ ମଧ୍ୟ ସୋନୁଙ୍କୁ ପ୍ରଶଂସା ଅଜାଡି ଦେଇଥିଲେ। କିଛିଦିନ ପୂର୍ବରୁ ଇଟିଭି ଭାରତକୁ ସାକ୍ଷାତକାର ଦେବା ବେଳେ ସୋନୁ କହିଥିଲେ ଯେ, ଅସହାୟଙ୍କୁ ସାହାଯ୍ୟ କରିବାକୁ ମୋ ଅନ୍ତର ଆତ୍ମା ମୋତେ ପ୍ରେରିତ କରିଛି । ଆଉ ସେହି ସେବା କରିବାରେ ଖୁସି ମିଳୁଥିବାବେଳେ ରାଜନୀତିରେ କୌଣସି ରୁଚି ନଥିବା ସୋନୁ କହିଥିଲେ ।

ସୋନୁ ସୁଦ, 1973 ମସିହା ଆଜିର ଦିନରେ ପଞ୍ଜାବର ମୋଗା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ । ପାଠପଢା ସରିବା ପରେ ତାଙ୍କୁ ଦେଖିବାକୁ ମିଳିଥିଲା ଫିଲ୍ମ ଇଣ୍ଡଷ୍ଟ୍ରିରେ। 1999 ମସିହାରେ ପ୍ରଥମେ ତାମିଲ ଫିଲ୍ମରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ସୋନୁ, ଧୀରେ ଧୀରେ ହିନ୍ଦୀ, ତେଲୁଗୁ, କନ୍ନଡ, ପଞ୍ଜାବୀ ଫିଲ୍ମରେ ନିଜର ସ୍ଥାନ ପକ୍କା କରିବାକୁ ଲାଗିଲେ । ରିଲରେ ଭିଲେନ ରୂପେ ଆସୁଥିବା ସୋନୁ ସୁଦ ଏବେ ପରୋପକାରୀ ସାଜି ରିଅଲ ହିରୋ ପାଲଟିଯାଇଛନ୍ତି । ତାଙ୍କର ଏଭଳି ଏକ ମହାନତାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ତେବେ ଆଜି ତାଙ୍କର ଜନ୍ମ ଦିନରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଆହୁରି ଦୀର୍ଘାୟୁ ହେବା ସହ ଏମିତି ମହତକାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥାନ୍ତୁ ବୋଲି ଇଟିଭି ଭାରତ ପରିବାର ପକ୍ଷରୁ ଆଶା ଓ ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.