ETV Bharat / sitara

ଆତ୍ମହତ୍ୟା ଉଦ୍ୟମ କରୁଥିଲେ ବଙ୍ଗୀୟ ଅଭିନେତା, ଉଦ୍ଧାର କଲା ପୋଲିସ

ବେକାରୀ ସମସ୍ୟା ପାଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଜଣେ ଅଭିନେତା । ଲାଇଭ୍ ସେଶନ ଦେଖି ପୋଲିସକୁ ସୂଚନା ଦେଲେ ଜଣେ ଫ୍ୟାନ୍ସ । ଅଧିକ ପଛନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଭୋ ଚକ୍ରବର୍ତ୍ତୀ

author img

By

Published : Jun 10, 2021, 9:19 PM IST

ମୁମ୍ବାଇ: କୋରୋନା ଲକଡାଉନ ପାଇଁ ଅନେକ ଲୋକ ଘରେ ବେକାର ହୋଇ ବସିଛନ୍ତି । କାରଣ ଲକଡାଉନର ସିଧା ପ୍ରଭାବ ସମସ୍ତଙ୍କ ଧନଜୀବନ ଉପରେ ପଡିଛି । ସମାନ ଅବସ୍ଥା କଳା ଜଗତରେ ମଧ୍ୟ ଦେଖିବାକୁ ମିଳୁଛି । ଅନେକ ଟିଭି ଶୋ ଏବଂ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଛି । ଏହି କାରଣରୁ ନେଇ ସେଲିବ୍ରିଟି ବର୍ତ୍ତମାନ ଡିପ୍ରେସନର ଶିକାର ହୋଇଛନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଅଭିନେତା ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଆଜ୍ଞା ହଁ, ବଙ୍ଗୀୟ ଟିଭି ଅଭିନେତା ସୁଭୋ ଚକ୍ରବର୍ତ୍ତୀ ବେରୋଜଗାର ହେତୁ ନିରାଶ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଜୁନ 8ରେ ଏକ ଫେସବୁକ୍ ଲାଇଭ୍ ସେଶନରେ ଅଭିନେତା ଶୋଇବା ବଟିକା ଖାଇ ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲେ । ସେ ପ୍ରକାଶ କରିଥିଲେ ଯେ ଅଗଷ୍ଟ 2020 ଠାରୁ ସେ ବେକାର ଅଛନ୍ତି । ଯେଉଁଥିପାଇଁ ସେ ତାଙ୍କ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେପଟେ ଏହି ଲାଇଭ୍ ଷ୍ଟ୍ରିମ ଦେଖୁଥିବା ଜଣେ ଫ୍ୟାନ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଯାହା ପରେ ତାଙ୍କୁ ଟ୍ରାକିଂ କରି ଉଦ୍ଧାର କରିଥିଲ। ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.