ETV Bharat / sitara

‘ଜଜ ମେଣ୍ଟାଲ ହେ କ୍ୟା’ରେ ଓଡି଼ଆ ପୁଅ ଦେବୋତ୍ତସଙ୍କ ଯାଦୁ - କ୍ଷୁଦ୍ର ଚଳଚ୍ଚିତ୍ର ‘ସର୍କସ’

ଧିରେ ଧିରେ ବଲିଉଡରେ ଓଡ଼ିଆ କଳାକାରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଠାରେ ଅନେକ ଓଡ଼ିଆ ପୁଅ, ଝିଅ ବଲିଉଡରେ କାମ କରି ଖ୍ୟାତି ଅର୍ଜନ କରିସାରିଲେଣି । ସେହିଠାରେ ‘ଜଜ ମେଣ୍ଟାଲ ହେ କ୍ୟା’ରେ ଅଭିନୟ କରିଛନ୍ତି ବଲାଙ୍ଗୀରର ଦେବୋତ୍ତସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 11, 2019, 9:51 PM IST

ବଲାଙ୍ଗୀର: ନିକଟରେ ରିଲିଜ ହୋଇଥିବା ରାଜକୁମାର ରାଓ ଓ କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ ‘ଜଜ ମେଣ୍ଟାଲ ହେ କ୍ୟା’କୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । କିନ୍ତୁ ଏଥିରେ ଜଣେ ଓଡ଼ିଆ ପୁଅ ଅଭିନୟ କରିଥିଲେ ବୋଲି ଯାହା ହୁଏତଃ ବହୁତ କମ ଲୋକଙ୍କୁ ଜଣା। ଆଜ୍ଞା ହଁ, ବଲାଙ୍ଗୀରର ଯୁବ କଳାକାର ଦେବୋତ୍ତସ ଦର୍ଜୀ ମୁମ୍ବାଇରେ ସଫଳ ହୋଇଥିବା ବେଳେ ନିକଟରେ ସେ ‘ଜଜ ମେଣ୍ଟାଲ ହେ କ୍ୟା’ ସିନେମାରେ ନଜର ଆସିଥିଲେ ।

ଦୀର୍ଘ 12 ବର୍ଷର କଠିନ ପରିଶ୍ରମ ଓ ସଂଘର୍ଷ ପରେ ସେ ଏହି ସୁଯୋଗ ପାଇଥିଲେ। ଏହି ସଫଳତା ପାଇବା ପଛରେ ତାଙ୍କ ଥିଏଟର ଅଭିନୟ କାମ ଆସିଲା ବୋଲି ସେ ଏହି ଅବସରରେ କହିଛନ୍ତି।

‘ଜଜ ମେଣ୍ଟାଲ ହେ କ୍ୟା’ ଫିଲ୍ମ ଅଭିନୟ କରିବାର ସୁଯୋଗ ପାଇ ସେ ନିଜ ଅଭିନୟର ପରିଚୟ ଦେବାରେ ସଫଳ ହୋଇଛନ୍ତି। ତାଙ୍କ ଶାନଦାର ଅଭିନୟ ବଳରେ ସେ ସଫଳତାର ପାହାଚ ଚଢିବା ଆରମ୍ଭ କରିଛନ୍ତି । ଫିଲ୍ମରେ ସେ ହନୁମାନ ଭୂମିକାରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ଏହା ବ୍ୟତୀତ ସେ ଅନେକ ହିନ୍ଦୀ ସିନେମାରେ ସୁଯୋଗ ପାଇ କାମ ଜାରି ରଖିଥିବାର କହିଛନ୍ତି । ଆଉ ନିକଟରେ ସେ କ୍ଷୁଦ୍ର ଚଳଚ୍ଚିତ୍ର ‘ସର୍କସ’ରେ ମଧ୍ୟ ନଜର ଆସିଛନ୍ତି । ଯାହାର ସ୍ପେଶାଲ ସ୍କ୍ରିନିଂ ମଙ୍ଗଳବାର ବଲାଙ୍ଗୀରରେ ରଖାଯାଇଥିଲା । ଆନ୍ତର୍ଜାତୀୟ ସ୍ତରରେ ଏହି ଫିଲ୍ମ ବେଶ ଆଦୃତ ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ର ଯୁବ କଳାକାର ମୁମ୍ବାଇରେ ସଫଳ ହୋଇଥିବା ବେଳେ ନିକଟରେ ତାଙ୍କ ଅଭିନୀତ ଜଜ ମେଣ୍ଟାଲ ହେ କ୍ୟା ସିନେମା ବଡ଼ ପରଦାକୁ ଆସିଛି । ତେବେ ଦୀର୍ଘ 12 ବର୍ଷର କଠିନ ପରିଶ୍ରମ ଓ ସଂଘର୍ଷ ପରେ ସେ ଏହି ସୁଯୋଗ ପାଇଥିଲେ। ଏବଂ ଏହି ସଫଳତା ପାଇବା ପଛରେ ତାଙ୍କ ଥିଏଟର ଅଭିନୟ କାମ କଲା ବୋଲି ସେ କହିଛନ୍ତି ।

Body:ବଲାଂଗୀର ର ଯୁବ କଳାକାର ମୁମ୍ବାଇରେ ନିଜର ଅଭିନୟର ଯାଦୁ ଦେଖାଇବା ଆରମ୍ଭ କରିଛନ୍ତି । ଏବଂ ତାଙ୍କ ଏହି ଉତ୍କୃସ୍ଥ ଅଭିନୟ ବଳରେ ସେ ସଫଳତାର ପାହାଚ ଚଢିବା ଆରମ୍ଭ କରିଛନ୍ତି । ତେବେ ଏଥିରେ ସେ ପ୍ରଥମ କରି ବଲିଉଡର ନାଁ8 ଦାମୀ କଳାକାର ରାଜକୁମାର ଓ କଂଗଣା ରଣାବତଙ୍କ ସହ ଜଜ ମେଣ୍ଟାଲ ହେ କ୍ୟା ସିନେମା ବଡ଼ ପରଦାରେ ନଜର ଆସିଥିଲେ । ଯେଉଁଥିରେ ସେ କଂଗନା ରଣାବତ ଙ୍କ ପାର୍ଶ୍ୱ ଭୂମିକାରେ ଓ ହନୁମାନ ଭୂମିକାରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟି ଛନ୍ତି । ତେବେ ଦୀର୍ଘ 12 ବର୍ଷର କଠିନ ପରିଶ୍ରମ ଓ ସଂଘର୍ଷ ପରେ ସେ ଏହି ସୁଯୋଗ ପାଇଥିଲେ। ଏବଂ ଏହି ସଫଳତା ପାଇବା ପଛରେ ତାଙ୍କ ଥିଏଟର ଅଭିନୟ କାମ କଲା ବୋଲି ସେ କହିଛନ୍ତି । ଏବଂ ଆଗକୁ ମଧ୍ୟ ଥିଏଟରରେ ଅଭିନୟ ଜାରି ରଖିବେ ବୋଲି ସେ କହିଛନ୍ତି । ସେହିପରି ଏ ଛଡା ଅନେକ ହିନ୍ଦୀ ସିନେମାରେ ସୁଯୋଗ ପାଇ କାମ ଜାରି ଥିବାର କହିଛନ୍ତି

ବାଇଟ ଦେବତସ ଦରଜି ଅଭିନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.