ETV Bharat / sitara

ଅମୃତା ଫଡନାଭିସଙ୍କ ନୂଆ ଗୀତ ରିଲିଜ, ୩୬ ହଜାରରୁ ଅଧିକ ଡିସଲାଇକ୍ - amruta-fadnavis-new-song-people-dislikes

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡ଼ନାଭିସ୍ ଏବେ ତାଙ୍କର ନିଜର ନୂଆ ଗୀତକୁ ନେଇ ଚର୍ଚ୍ଚାରେ । ତାଙ୍କର ଏକ ନୂଆ ଗୀତ ‘ତିଲା ଜଗୁ ଦ୍ୟା’ ୟୁଟ୍ୟୁବରେ ରିଲିଜ ହୋଇଛି । କିନ୍ତୁ ଏହି ଗୀତକୁ ଲୋକେ ଲାଇକ୍ ବଦଳରେ ଡିସଲାଇକ୍ ଅଧିକ କରୁଛନ୍ତି । ଅଧିକ ପଢନ୍ତୁ...

amruta-fadnavis-new-song-people-dislikes
ଅମୃତା ଫଡନାଭିସଙ୍କ ନୂଆ ଗୀତ ରିଲିଜ, ୩୬ହଜାରରୁ ଅଧିକ ମିଳିଲା ଡିସଲାଇକ୍
author img

By

Published : Nov 20, 2020, 7:18 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡ଼ନାଭିସ୍ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି । ଏଥର ସେ ତାଙ୍କର ନିଜର ନୂଆ ଗୀତକୁ ନେଇ ଚର୍ଚ୍ଚାରେ । ତାଙ୍କ ଗୀତ ୟୁଟ୍ୟୁବରେ ରିଲିଜ ହୋଇଛି । କିନ୍ତୁ ଲୋକେ ଏହାକୁ ଡିସଲାଇକ୍ କରୁଛନ୍ତି ।

ବାସ୍ତବରେ, ଅମୃତା ଜଣେ ଗାୟିକା । ତାଙ୍କର ଏକ ନୂଆ ଗୀତ ‘ତିଲା ଜଗୁ ଦ୍ୟା’ ୟୁଟ୍ୟୁବରେ ରିଲିଜ ହୋଇଛି ।

  • " class="align-text-top noRightClick twitterSection" data="">

ଏହି ଗୀତର ରିଲିଜ ବିଷୟରେ ଅମୃତା ଟ୍ବିଟରରେ ମଧ୍ୟ କହିଛନ୍ତି ।

ଏହି ଗୀତକୁ ଟି-ସିରିଜ ମରାଠୀ ଲଞ୍ଚ୍ କରିଛନ୍ତି । ଏହାକୁ ଭାଇ ଦୁଜ ଦିନରେ ଲଞ୍ଚ୍ କରାଯାଇଛି । ଏହି ଗୀତ ମହିଳାଙ୍କ ସଶକ୍ତିକରଣ ଉପରେ ଆଧାରିତ । କିନ୍ତୁ ଏହି ଗୀତକୁ ଲୋକେ ଲାଇକ୍ ବଦଳରେ ଡିସଲାଇକ୍ ଅଧିକ କରୁଛନ୍ତି ।

ଏହି ଗୀତକୁ ଏପର୍ଯ୍ୟନ୍ତ ୩୬ହଜାର ଲୋକେ ଡିସଲାଇକ୍ କରିସାରିଛନ୍ତି । କେବଳ ଏତିକି ନୁହେଁ ଏହି ଗୀତକୁ ନେଇ ୟୁଟ୍ୟୁବ୍ ଏବଂ ସୋସିଆଲ୍ ମିଡିଆରେ କମେଣ୍ଟ ଦେଉଛନ୍ତି । ଏବେ ଏହି ଗୀତର ମରାଠୀ ଭର୍ସନ ରିଲିଜ ହୋଇଛି ।

ପ୍ରକାଶ ଥାଉ ଯେ, ଲକଡାଉନ ସମୟରେ ଅମୃତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କୁ ଏକ ସଭାରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.