ETV Bharat / sitara

କେବିସି ଇତିହାସରେ ପ୍ରଥମ, ଡିଜିଟାଲ ପ୍ଲାଟଫର୍ମରେ ହେବ ଲୋକପ୍ରିୟ କୁଇଜ ସୋ - ଡିଜିଟାଲ ପ୍ଲାଟଫର୍ମରେ ହେବ ଲୋକପ୍ରିୟ କ୍ବିଜ୍ ସୋ

ଭାରତୀୟଙ୍କ ଭାବପ୍ରବଣତା ସହ ଜଡିତ ବିଗ୍ ବିଙ୍କ କୋନ ବନେଗା କରୋଡ ପତି ବା କେବିସି ରିୟାଲିଟି ସୋର କଳେବର ବଦିଳିଛି। କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସୋର ହୋଷ୍ଟ ଅମିତାଭ୍ ବଚ୍ଚନ ଏହାକୁ ସମ୍ପୂର୍ଣ୍ଣ ଡିଜିଟାଲାଇଜ୍ କରିଛନ୍ତି।

amitabh-bachchan-s-kaun-banega-crorepati
କେବିସି ଇତିହାସରେ ପ୍ରଥମ, ଡିଜିଟାଲ ପ୍ଲାଟଫର୍ମରେ ହେବ ଲୋକପ୍ରିୟ କ୍ବିଜ୍ ସୋ
author img

By

Published : May 4, 2020, 11:23 AM IST

Updated : May 5, 2020, 10:03 AM IST

ମୁମ୍ବାଇ: ଭାରତୀୟଙ୍କ ଭାବପ୍ରବଣତା ସହ ଜଡିତ ବିଗ୍ ବିଙ୍କ କୋନ ବନେଗା କରୋଡ ପତି ବା କେବିସି ରିୟାଲିଟି ସୋର କଳେବର ବଦିଳିଛି। ଏବେ ଆପଣ ଘରେ ବସି ଗୋଟିଏ କ୍ଲିକରେ ଏହାର ଅଡିସନରେ ଭାଗ ନେଇ ପାରିବେ। ତେବେ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସୋର ହୋଷ୍ଟ ଅମିତାଭ୍ ବଚ୍ଚନ ଏହାକୁ ସମ୍ପୂର୍ଣ୍ଣ ଡିଜିଟାଲାଇଜ୍ କରିଛନ୍ତି।

କେବିସି 12 ସିଜନର ସମସ୍ତ ପ୍ରୋମୋ ବିଗ୍ ବି ଙ୍କ ଘରୁ ସୁଟ୍ କରାଯାଇଛି। ଏହାକୁ "ଦଙ୍ଗଲ" ଚଳଚ୍ଚିତ୍ରର ହେଲମର୍ ନୀତେଶ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶନା ଦିଆଯାଇଛି। ତେବେ ଏହି ଡିଜିଟାଲ ଖେଳକୁ ତିନିଭାଗରେ ବିଭକ୍ତ କରାଯାଇଛି। ଏହାସହ ଫାଇନାଲ ରାଉଣ୍ଡଟି ପର୍ସନାଲ ଇଣ୍ଟରଭ୍ୟୁ ଦ୍ବାରା କରାଯିବ।

ମେ 9 ରୁ ମେ 22 ପର୍ଯ୍ୟନ୍ତ ଲ୍ୟାଟେଷ୍ଟ ସିଜନର ପାଇଁ ପଞ୍ଜୀକରଣ ଆରମ୍ଭ ହେବ। ଯେଉଁଠି ଅମିତାଭ ବଚ୍ଚନ ଚ୍ୟାନେଲରେ ପ୍ରତିଦିନ ରାତିରେ ଗୋଟିଏ ନୂତନ ପ୍ରଶ୍ନ ପଚାରିବେ, ଯାହାକୁ ଆପଣ ଏସଏମଏସ ମାଧ୍ୟମରେ କିମ୍ବା ଏକ ଆପ୍ ମାଧ୍ୟମରେ ଉତ୍ତର ଦେଇପାରିବେ। ସୂଚନା ଥାଉକି, କେବିସି ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ସ୍କ୍ରିନିଂ ଏବଂ ଚୟନ ଡିଜିଟାଲ୍ ଭାବରେ ପରିଚାଳିତ ହେବ ।

ଦ୍ୱିତୀୟ ଷ୍ଟେପର ସ୍କ୍ରିନିଂ ହେବ, ଯେଉଁଠାରେ ଅଂଶଗ୍ରହଣକାରୀମାନେ ପଞ୍ଜୀକରଣ ପ୍ରଶ୍ନର ସଠିକ୍ ଉତ୍ତର ଦେଇଛନ୍ତି ସେମାନଙ୍କୁ ସର୍ଟଲିଷ୍ଟ କରାଯିବ। ପରବର୍ତ୍ତୀ ମୂଲ୍ୟାଙ୍କନ ପାଇଁ ଟେଲିଫୋନ୍ ମାଧ୍ୟମରେ ସେମାନଙ୍କ ସହ ଯୋଗାଯୋଗ ହେବ। ତୃତୀୟ ଷ୍ଟେପରେ ଭିଡିଓ ଦାଖଲ ଦ୍ୱାରା ସାହାଯ୍ୟ କରୁଥିବା ସାଧାରଣ ଜ୍ଞାନ ପରୀକ୍ଷା ଉପରେ ଅନଲାଇନ୍ ଅଡିସନ୍ ହେବ।

ଫାଇନାଲ ରାଉଣ୍ଡ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତକାର ହେବ, ଯାହା ଭିଡିଓ କଲ ମାଧ୍ୟମରେ କରାଯିବ। ସମସ୍ତ ପ୍ରକ୍ରିୟା ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବ। ଏହି ଚୟନ ପ୍ରକ୍ରିୟା ଡିଜିଟାଲ୍ ମାଧ୍ୟମରେ ଏକ ଆପ୍ ଦ୍ବାରା କରାଯିବ।

Last Updated : May 5, 2020, 10:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.