ETV Bharat / sitara

ମହାନାୟକଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କଲେ ମହାମହିମ

author img

By

Published : Dec 29, 2019, 8:17 PM IST

ଶତାଦ୍ଦୀର ଶ୍ରେଷ୍ଠ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାଦା ସାହେବ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପୁରସ୍କାର ସ୍ବରୁପ ତାଙ୍କ ୧୦ଲକ୍ଷ ଟଙ୍କା ଏବଂ ଏକ ସ୍ବର୍ଣ୍ଣ କମଳ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ...

amitabh bachchan receives dadasaheb phalke award
ଡିଜାଇନ ଫଟୋ

ନୂଆଦିଲ୍ଲୀ: ମହାମହିମଙ୍କ ହାତରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କଲେ ମହାନାୟକ । ଶତାଦ୍ଦୀର ଶ୍ରେଷ୍ଠ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାଦା ସାହେବ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପୁରସ୍କାର ସ୍ବରୁପ ତାଙ୍କ ୧୦ଲକ୍ଷ ଟଙ୍କା ଏବଂ ଏକ ସ୍ବର୍ଣ୍ଣ କମଳ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ଲାଗି ବିଗ୍-ବିଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ସ୍ବତନ୍ତ୍ର ସମାରୋହରେ ପତ୍ମୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଉପସ୍ଥିତ ରହିଥିଲେ । ଦାଦା ସାହେବ ପୁରସ୍କାର ଗ୍ରହଣ ପରେ ଅମିତାଭ ବଚ୍ଚନ ଭାରତ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ୧୯୬୯ ମସିହାରୁ ଭାରତୀୟ ଚଳଚ୍ଚିତ୍ର ଜଗତର ଜନକ ଧୁଣ୍ଡିରାଜ ଗୋବିନ୍ଦ ଫାଲକେଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ 23 ଡିସେମ୍ବରରେ ଦିଲ୍ଲୀରେ ଆୟୋଜିତ 66ତମ ଜାତୀୟ ସିନେମା ପୁରସ୍କାର ବିତରଣ ଉତ୍ସବକୁ ଆସିପାରି ନ ଥିଲେ ଅମିତାଭ ବଚ୍ଚନ । ଅସୁସ୍ଥ ଥିବାରୁ ସେ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଅନୁପସ୍ଥିତ ରହିଥିଲେ ।

Intro:Body:

blank

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.