ETV Bharat / sitara

ଜୀବନ ହାରିଲେ ଆମେରିକା ଟିକଟକ୍‌ ଷ୍ଟାର ଡାଜହରିଆ

author img

By

Published : Feb 12, 2021, 11:00 AM IST

ଆତ୍ମହତ୍ୟା କଲେ ଟିକଟକ୍‌ ଷ୍ଟାର ଡାଜହରିଆ । ମୃତ୍ୟୁର ତିନି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଲେଖିଥିଲେ ଶେଷ ନୋଟ୍ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ୱାଶିଂଟନ: ଗତ ବର୍ଷ ଦୁଇ ଭାରତୀୟ ଟିକଟକ୍‌ ଷ୍ଟାରଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏବେ ପୁଣି ଜୀବନ ହାରିଛନ୍ତି ଆଉ ଜଣେ ଷ୍ଟାର । ଆମେରିକାର 18 ବର୍ଷିୟ ଟିକଟକ୍‌ ଷ୍ଟାର ଡାଜହରିଆ ଶାଫର ଆତ୍ମହତ୍ୟା କରିଛନ୍ତି। ସୋସିଆଲ ମିଡିଆରେ ‘Bxbygirlldee’ ଏବଂ ‘Dee’ ଭାବରେ ଫେମସ ଡାଜହରିଆଙ୍କ ମୃତ୍ୟୁର ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ତାଙ୍କ ଆତ୍ମହତ୍ୟା ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକଙ୍କୁ ଗଭୀର ଆଘାତ ଦେଇଛି । ଆତ୍ମହତ୍ୟାର କାରଣ ଏଯାବତ ସାମ୍ନାକୁ ଆସିନାହିଁ ।

ଆତ୍ମହତ୍ୟାର ତିନି ଦିନ ପୂର୍ବରୁ ଡାଜହରିଆ ଇନଷ୍ଟାଗ୍ରାମରେ ଲାଷ୍ଟ ପୋଷ୍ଟ ନାମରେ କିଛି ଷ୍ଟୋରି ସେୟାର କରିଥିଲେ । ଏହି ଷ୍ଟୋରିର ଗୋଟିଏ ଭିଡିଓରେ ସେ ଲେଖିଥିଲେ, ‘ମୁଁ ଜାଣେ, ମୁଁ ତୁମ ସମସ୍ତଙ୍କୁ ବିବ୍ରତ କରୁଛି ଏବଂ ଏହା ମୋର ଶେଷ ପୋଷ୍ଟ।’

ଝିଅଙ୍କ ମୃତ୍ୟୁରେ ମର୍ମାହତ ଥିବା ପିତା କହିଛନ୍ତି, ‘ସେ ମୋର ବନ୍ଧୁ ପରି ଥିଲା । ଆଉ ମୁଁ ତାଙ୍କୁ ଶେଷ ବିଦାୟ ଦେବାକୁ ଆଦୌ ପ୍ରସ୍ତୁତ ନାହିଁ । ମୋ ସହ ନିଜ ସମସ୍ୟା ବିଷୟରେ ତାଙ୍କୁ କଥା ହେବାର ଥିଲା । ଆମେ ନିଶ୍ଚିତ ସମସ୍ୟାରୁ ବାହାର କରିପାରିଥାଆନ୍ତୁ । ହେଲେ ସେ ଆମକୁ ଛାଡି ପଳାଇଲା । ଏବେ ଘରେ ସେ ମୋ ପାଇଁ ଆଉ ଅପେକ୍ଷା କରିବେ ନାହିଁ ।’

ପ୍ରକାଶ ଥାଉକି ଟିକଟକ୍‌ରେ ଫେମସ ହେବା ସହ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ମଧ୍ୟ ଦେଖିବାକୁ ମିଳୁଥିଲା ଡାଜହରିଆଙ୍କ ଜଲୱା । ଟିକ୍‌ଟକ୍‌ରେ 1.4 ମିଲିୟନ ଫଲୋୱର୍ସ ଥିବା ବେଳେ ଇନଷ୍ଟା ଏବଂ ୟୁଟ୍ୟୁବରେ ମଧ୍ୟ କମ୍ ନଥିଲେ ତାଙ୍କ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.