ମୁମ୍ବାଇ: ଅକ୍ଷୟ କୁମାର (Akshay Kumar)ଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା (Twinkle Khanna) ୪୮ ବର୍ଷରେ ପାଦ ଥାପିଲେ । 29 ଡିସେମ୍ବର 1973ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଛନ୍ତି ଟ୍ବିଙ୍କଲ ଖାନ୍ନା । ଏହା ଏକ ଖୁସିର ବିଷୟ ଯେ, ପିତା ରାଜେଶ ଖାନ୍ନାଙ୍କ ଜନ୍ମଦିନରେ ଟ୍ବିଙ୍କଲ ଜନ୍ମ ହୋଇଥିଲେ। କିଛି ମିନିଟ୍ ପୂର୍ବରୁ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ତାଙ୍କ ପତ୍ନୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
- " class="align-text-top noRightClick twitterSection" data="
">
ଏହି ଫଟୋରେ, ସେ ତାଙ୍କ ପତ୍ନୀଙ୍କ ସହ ସମୁଦ୍ର କୂଳରେ ଏକ ଜାଲି ଉପରେ ଶୋଇଥିବାର ଦେଖିବାକୁ ମିଳିଛି | ଫଟୋ ସେୟାର କରି ସେ ଲେଖିଛନ୍ତି - ମୋ ସାଙ୍ଗ ତୁମ ସାଥିରେ… ଜନ୍ମଦିନର ଶୁଭେଚ୍ଛା ଟୀନା | ଅକ୍ଷୟଙ୍କ ପୋଷ୍ଟରେ, ଅଧିକାଂଶ ପ୍ରଶଂସକ ହାର୍ଟ ଇମୋଜି ସେୟାର କରି ଟ୍ବିଙ୍କଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି | ଉଲ୍ଲେଖନୀୟ ଯେ, ଟ୍ବିଙ୍କଲ ଖାନ୍ନା ୧୯୯୫ରେ ରିଲିଜ ହୋଇଥିବା ଫିଲ୍ମ 'ବରସାତ୍'ରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତ୍ରୀ ଆଓ୍ବାର୍ଡ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ