ହାଇଦ୍ରାବାଦ : ଖିଲାଡି କୁମାର ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ଥାନ୍ତି । କମେଡି ଓ ଆକ୍ସନ ମୁଭି କରି ସବୁବେଳେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି ସେ । ଅକ୍ଷୟ କୁମାର ହେଉଛନ୍ତି ଏକମାତ୍ର ଅଭିନେତା ଯିଏକି ଗୋଟିଏ ବର୍ଷରେ ସର୍ବାଧିକ ଚଳଚ୍ଚିତ୍ର କରନ୍ତି ।
ତେବେ ଖିଲାଡି କୁମାର ଏବେ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ କିଣିଛନ୍ତି। ଏହି ଫ୍ଲାଟର ମୂଲ୍ୟ 7.84 କୋଟି ଟଙ୍କା ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ସ୍କ୍ୱାର୍ଫିଟ୍ ଇଣ୍ଡିଆର ରେଜିଷ୍ଟର କାଗଜପତ୍ରରୁ ଜଣାପଡିଛି ଯେ ଅକ୍ଷୟ କୁମାର ପଶ୍ଚିମ ଖେର ନିକଟରେ 7.84 କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ କିଣିଛନ୍ତି। ସ୍କୋୟାରଫିଟ୍ ଇଣ୍ଡିଆର ପ୍ରତିଷ୍ଠାତା ବରୁଣ ସିଂ କହିଛନ୍ତି ଯେ ଆପାର୍ଟମେଣ୍ଟର ମୋଟ କ୍ଷେତ୍ର ହେଉଛି 200.58 ବର୍ଗ ମିଟର (2155 ବର୍ଗଫୁଟ) ।
ଏଥିରେ 1878 ବର୍ଗଫୁଟର ରେରା କାର୍ପେଟ ଏରିଆ(RERA carpet area ), 29 ବର୍ଗଫୁଟର ପ୍ଲସ ଡ୍ରାଏ ଅରିଆ( plus dry area ) ଓ 55 ବର୍ଗଫୁଟର ଡକ୍ଟ ଏରିୟା (duct area) ରହିଛି । ତେବେ ଏହି ଆପାର୍ଟମେଣ୍ଟରେ 19 ମହଲାରେ ଅକ୍ଷୟ କୁମାରଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ରହିଛି । ଏଥିପାଇଁ ଅକ୍ଷୟ କୁମାରଙ୍କୁ 39.24 ଲକ୍ଷ ଷ୍ଟାମ୍ପ ମଧ୍ୟ ରେଜେଷ୍ଟି ବେଳେ ଲଗାଇବାକୁ ପଡିଥିଲା । କେବଳ ଏତିକି ନୁହେଁ ଅକ୍ଷୟ ଫ୍ଲାଟ ସହିତ ଚାରିଟି ଗାଡି ରହିବା ପାଇଁ ପାର୍କିଂ ସ୍ଥାନ ରହିଛି ।
ଏହାବି ପଢନ୍ତୁ :Vicky ଙ୍କ ହାଇଜୋଶ ଦେଖି ଫ୍ୟାନ୍ସ ହତବାକ୍, ଭିଡିଓ ଭାଇରାଲ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାର ଡିସେମ୍ବର 2021ରେ ପଶ୍ଚିମ ଅନ୍ଧେରୀରେ ତାଙ୍କ କାର୍ଯ୍ୟାଳୟକୁ 9 କୋଟିରେ ବିକ୍ରି କରିଥିଲେ । ଏହା ପରେ ଅଭିନେତା ଖର ୱେଷ୍ଟରେ ଏକ ନୂଆ ଆପାର୍ଟମେଣ୍ଟ କିଣିଥିଲେ। ଅକ୍ଷୟ କୁମାର ଏବେ ଜୁହୁ ନିକଟରେ ନିଜ ପରିବାର ସହ ରହୁଛନ୍ତି । ତେବେ ଅକ୍ଷୟଙ୍କ ହାତରେ ଏବେ ସାତରୁ ଆଠଟି ଚଳଚ୍ଚିତ୍ର ରହିଛି । ଯେଉଁଥିରେ (ପୃଥ୍ବୀରାଜ )Prithviraj ଓ ବଚ୍ଚନ ପାଣ୍ଡେ(Bachchan Pandey ) ଫିଲ୍ମ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ