ମୁମ୍ବାଇ: ତାମିଲ ଅଭିନେତା ଅଜିତ କୁମାରଙ୍କ ଦସ୍ତଖତ ଜାଲିଆତି କରିଥିବା ଏବଂ ତାଙ୍କ ବିଷୟରେ ମିଥ୍ୟା ଖବର ପ୍ରକାଶ କରିଥିବା ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାମିଲ ଷ୍ଟାର । ମାର୍ଚ୍ଚ 6ରେ ଅଜିତଙ୍କ ଦ୍ବାରା ଲେଖାଯାଇଥିବା ଏକ ଚିଠିରେ ତାମିଲ ସୁପରଷ୍ଟାର ସୋସିଆଲ ମିଡିଆରେ ପୁନଃ ଯୋଗଦାନ କରିବେ ବୋଲି ଘୋଷଣା କରାଯାଇଥିଲା ।
ଏହି ଖବର ଅଜିତଙ୍କୁ ବିରକ୍ତ କରିଛି । ତେଣୁ ତାଙ୍କ ଆଇନ ପରାମର୍ଶଦାତା ଆନନ୍ଦ କହିଛନ୍ତି କି ‘ତାଙ୍କର କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ନାହିଁ । ଏହା ସମ୍ପୂର୍ଣ୍ଣ ମିଛ କଥା ପ୍ରକାଶ ହୋଇଛି । ଅଜିତ ତାଙ୍କର ପ୍ରୋଫାଇଲ୍ ବଜାୟ ରଖନ୍ତି ଏବଂ ଚଳଚ୍ଚିତ୍ର ଇଭେଣ୍ଟରେ ମଧ୍ୟ ସେ ଯୋଗ ଦିଅନ୍ତି ନାହିଁ । ତେଣୁ ମିଥ୍ୟା ଖବର ପ୍ରକାଶ କରିଥିବା ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
ଏହି ଅଭିନେତା ବର୍ତ୍ତମାନ ବୋନି କପୁରଙ୍କ ଦ୍ବାରା ନିର୍ମିତ"H. Vinoth's Valimai"ରେ କାମ କରୁଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ