ନୂଆଦିଲ୍ଲୀ: ଆମେରିକାନ ନେଟଫ୍ଲିକ୍ସର ବିବାଦୀୟ ଶୋ '13 reasons why' ବିରୋଧରେ ଆଉ ଏକ ଅଭିଯୋଗ ଆସିଛି । ଜଣେ 12 ବର୍ଷିୟ ଆମେରିକାନ ଝିଅ ଜୋସିକା ଷ୍କାଟରସନ ଆମେରିକା ସ୍ଥିତ ନିଜ ଘରର ବାଥରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଆତ୍ମହତ୍ୟ ପଛର କାରଣ ଏହି ଧାରାବାହିକ ବୋଲି ଅଭିଯୋଗ ହୋଇଛି ।
- " class="align-text-top noRightClick twitterSection" data="">
ଜୋସିକା ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ମଧ୍ୟ ଲେଖିଥିଲେ, ଯେଉଁଥିରେ ନିଜ ମୃତ୍ୟୁର 6ଟି କାରଣ ସେ ଲେଖିଥିଲେ । ତାଙ୍କ ମୃତ୍ୟୁ ଠିକ୍ ସେହିପରି ହୋଇଛି ଯେପରି ସେହି ଧାରାବାହିକର ସବୁ ଚରିତ୍ରଙ୍କର ହେଉଛୁ । '13 reasons why' ଏକ ଏମିତି ଧାରାବାହିକ । ଯେଉଁଥିରେ ଯୁବପିଢିଙ୍କ ଡିପ୍ରେଶନ ଏବଂ ଆତ୍ମହତ୍ୟାର କାହାଣୀ ପର୍ଯ୍ୟବେଶିତ ।
ଜୋସିକାଙ୍କ ମା'ଙ୍କ କହିଛନ୍ତି ତାଙ୍କ ଝିଅ କିଛି ଦିନ ହେବ ସେହି ଧାରାବାହିକ ଦେଖିଆସୁଥିଲେ । ଯାହାର ପରେ ଝିଅର ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହାସହ ଜୋସିକାଙ୍କ ରୁମରେ ଫାଶିରେ ଝୁଲୁଥିବା ଜଣେ ଝିଅର ସ୍କେଚ ମଧ୍ୟ ଦେଖିବାକୁ ମିଳିଛି ।
ଜୋସିକାଙ୍କ ମୃତ୍ୟୁର ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି ଯେ ସେ ସ୍କୁଲରେ ନିଜ ବନ୍ଧୁମାନଙ୍କ ସହ ଝଗଡାକୁ ନେଇ ଡିପ୍ରେଶନରେ ଥିଲେ ସେ । ଯାହାପରେ ସେ ଧାରାବାହିକ ଦେଖି ଆତ୍ମହତ୍ୟା କରିଛନ୍ତି ।
ପ୍ରକାଶ ଥାଉକି ନେଟଫ୍ଲିକ୍ସର ଏହି ଶୋ ପୂର୍ବରୁ ମଧ୍ୟ ବିବାଦ ଘେରରେ ରହି ଆସିଛି । ଶୋରେ ଜଣେ ଝିଅର ଦୁଷ୍କର୍ମ କାହାଣୀ ଉପସ୍ଥାପନ କରାଯାଇଛି । ଅନ୍ୟପଟେ ଶୋର ଚିତ୍ରଣକୁ ନେଇ ଅନେକ ସଂଗଠନ ଆଲୋଚନା ମଧ୍ୟ କରିଥିଲେ । ଏଯାବତ ଏହି ଶୋ ଦେଖି ଆମେରିକାରେ ପାଖାପାଖି 6 ଜଣ ଆତ୍ମହତ୍ୟା କରିସାରିଛନ୍ତି ।