ETV Bharat / sitara

ଭାରତୀୟ ଭୋଜନ କରି ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ ମିଆ

author img

By

Published : Feb 8, 2021, 2:04 PM IST

ଭାଇରାଲ ହେଲା ମିଆଙ୍କ ନୂଆ ଭିଡିଓ । ରାତିରେ ଖାଇଲେ ଭାରତୀୟ ଭୋଜନ । ଆଉ ଟ୍ରୋଲର୍ସଙ୍କୁ ଦେଲେ କଡା ଜବାବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଆ ଖଲିଫା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଆ ଖଲିଫା

ୱାଶିଂଟନ: ଆମେରିକାର ଆଡଲ୍ଟ ଷ୍ଟାର ମିଆ ଖଲିଫା କିଛି ଦିନରୁ ସମାଲୋଚନାର ଶିକାର ହୋଇଆସୁଛନ୍ତି । ସେ ନିକଟରେ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ସମର୍ଥନ କରି ଏକ ଟ୍ବିଟ କରିଥିଲେ । ଯାହାକୁ ଆଧାର କରି ବିରୋଧୀ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ତାଙ୍କ କାମ ଉପରେ ଟିପ୍ପଣୀ କରିବା ଆରମ୍ଭ କରିଦେଇଛନ୍ତି । ବାରମ୍ବାର ଟ୍ରୋଲ ହେବା ସତ୍ତ୍ବେ ସେ ନିଜ ବୟାନରୁ ହଟୁନାହାଁନ୍ତି । ଏଥର ସେ ଭାରତୀୟ ଭୋଜନର ପ୍ରଶଂସା କରିବା ସହ ଚାଷୀଙ୍କୁ ସମର୍ଥନ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ମିଆ ଖଲିଫା
ଫଟୋ ସୌଜନ୍ୟ: ଟ୍ବିଟର@ମିଆ ଖଲିଫା

ଆଜ୍ଞା ହଁ, କଥାଟି ହେଲା ଯେ ସେ ରବିବାର ଟ୍ବିଟରରେ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଭାରତୀୟ ଖାଦ୍ୟ ଖାଉଥିବାର ନଜର ଆସୁଛନ୍ତି । ଆଉ ଏହାସହ ସେ ଚାଷୀଙ୍କ ପରିଶ୍ରମ, କଷ୍ଟ ବିଷୟରେ ମଧ୍ୟ ଆଲୋକପାତ କରିଛନ୍ତି ।

ସେହିପରି ସେ ଭିଡିଓରେ କହୁଛନ୍ତି, ‘ଯେତେବେଳେ ତୁମେ କଠିନ ପରିଶ୍ରମ କର ଏବଂ ସେହି କଠିନ ପରିଶ୍ରମ ହେତୁ ତୁମେ କିଛି ରୋଜଗାର କର, ଯାହା ବହୁତ ଭଲ ଲାଗେ । ଯେପରି ମୁଁ ଆଜି ଏହି ଅତି ସ୍ବାଦିଷ୍ଟ ରାତ୍ରୀ ଭୋଜନ କରୁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.