ଲସ୍ ଆଞ୍ଜେଲସ୍: ଅଭିନେତା ଜେମ୍ସ ଡି’ଆରକି ଆଗାମୀ ବର୍ଷରେ ମାର୍ଭେଲ ସିନେମାଟିକ୍ ୟୁନିଭର୍ସରେ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି ।
ଡି’ ଆରକି କମେଡି ଡ୍ରାମା ମେଡ ଇନ୍ ଇଟାଲୀର ନିର୍ଦ୍ଦେଶକ ଭାବରେ ତାଙ୍କର ଡେବ୍ୟୁ କରିଛନ୍ତି । ଯେଉଁଥିରେ ଲିଆମ୍ ନେସନ ଏବଂ ଡି’ଆରକିଙ୍କ ପୁଅ ମିସେଲ ରିଚାର୍ଡସନ ଅଛନ୍ତି ।
ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ ଡି’ଆରକି ତାଙ୍କ ନିର୍ଦ୍ଦେଶକ ଚଳଚ୍ଚିତ୍ର ଏବଂ ମାର୍ଭେଲ ଚଳଚ୍ଚିତ୍ର ପ୍ରତି ତାଙ୍କର ଆଗ୍ରହ ବିଷୟରେ କହିଥିଲେ ।
ସେ କହିଛନ୍ତି, ମତେ ଯଦି ସେମାନେ ମାର୍ଭେଲ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ଦିଆଯିବ, ତେବେ ମୁଁ କେବେ ମନା କରିବି ନାହିଁ । ମୁଁ ଚଳଚ୍ଚିତ୍ରଗୁଡିକୁ ବହୁତ ଭଲ ପାଏ । ଯଦି ମତେ ଭିନ୍ନ ଭିନ୍ନ କାମ କରିବାର ସୁଯୋଗ ମିଳେ ତେବେ ମତେ ବହୁତ ଖୁସି ଲାଗିବ । ମୁଁ ଏମିତି ଏକ କାହାଣୀ କରିବାକୁ ଚାହେଁ ଯାହା ଲୋକଙ୍କ ହୃଦୟକୁ ସ୍ପର୍ଶ କରିବ ଏବଂ ସେମାନଙ୍କୁ କିଛି ଦିଗରେ ପ୍ରେରଣା ଦେବ ।