ଭୁବନେଶ୍ବର: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଘୋଷଯାତ୍ରା । ଯାହା ଓଡ଼ିଶାବାସୀଙ୍କ ମହାନ ଉତ୍ସବ ମଧ୍ୟରୁ ଅନ୍ୟତମ । ଆଉ ଏହି ଅବସରରେ ସିନେମାହଲରେ ଲାଗିବ ଦର୍ଶକଙ୍କ ଭିଡ । କାରଣ ଏବର୍ଷ ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି ଦୁଇଟି ଓଡ଼ିଆ ଚଳଚ୍ଚିତ୍ର 'ଅଭିମାନ' ଏବଂ 'ସେଲଫିସ ଦିଲ' ।
ଏହି ଉତ୍ସବରେ ଦର୍ଶକଙ୍କୁ ଭେଟି ଦେବା ପାଇଁ ଓଲିଉଡ ମେକର୍ସ ଅଣ୍ଟାଭିଡି ସାରିଲେଣି । 'ସେଲଫିସ ଦିଲ' ଚଳଚ୍ଚିତ୍ରରେ ଓଲିଉଡର ୟଙ୍ଗ ଡାଇନାମାଇକ ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ନବାଗତ ଅଭିନେତା ଶ୍ରେୟାନ ନଜର ଆସିବା ବେଳେ, 'ଅଭିମାନ'ରେ ପୁଣି ଦର୍ଶକ ପରଦାରେ ଅଭିନେତା ସବ୍ୟସାଚୀ ଓ ଓଲିଉଡ କୁଇନ ଅର୍ଚ୍ଚିତା ସାହୁଙ୍କ କେମେଷ୍ଟ୍ରି ଦେଖିବେ ।
ଦୀର୍ଘ ଚାରି ବର୍ଷର ବ୍ୟବଧାନ ପରେ 'ଅଭିମାନ'ରେ ଏକାଠି ନଜର ଆସିବେ ଅର୍ଚ୍ଚିତା ଓ ସବ୍ୟସାଚୀ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ମୃତ୍ୟୁଞ୍ଜୟ ସାହୁ ସମ୍ଭାଳିଥିବା ବେଳେ ମ୍ୟୁଜିକରେ ତଡକା ଲଗାଇଛନ୍ତି ବିକାଶ ଦାସ ।
ଅନ୍ୟପଟେ 'ସେଲଫିସ ଦିଲ'ର ନିର୍ଦ୍ଦେଶନା କରିଛନ୍ତି ବସନ୍ତ ସାହୁ । ସେହିପରି ଏହି ଚଳଚ୍ଚିତ୍ର ପ୍ରଯୋଜନା କରିଛନ୍ତି ହେମନ୍ତ ନାୟକ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ