ETV Bharat / sitara

ଫିଲ୍ମଫେୟାର ଆୱାର୍ଡ: ବାବୁସାନ ଶ୍ରେଷ୍ଠ ଅଭିନେତା, ଶିବାନୀ ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଯାଇଛି ନବମ ଓଡିଆ ଫିଲ୍ମଫେୟାର ଆୱାର୍ଡ ସେରିମୋନୀ। ତେବେ 2018ପାଇଁ ଓଲିଉଡ ଅଭିନେତା ବାବୁସାନ ଶ୍ରେଷ୍ଠ ଅଭିନେତା ଓ ଶିବାନୀ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ଜିତିଛନ୍ତି। ଅନ୍ୟପକ୍ଷରେ ଏଥରର ଲାଇଫଟାଇମ ଆଚିଭମେଣ୍ଟର ଶ୍ରେୟ ଦିଆଯାଇଛି ପ୍ରଖ୍ୟାତ ଅଭିନେେତା ଉତ୍ତମ ମହାନ୍ତିଙ୍କୁ।

author img

By

Published : Mar 31, 2019, 9:31 AM IST

Updated : Mar 31, 2019, 9:41 AM IST

ଡିଜାଇନ ଫଟୋ

ଭୁବନେଶ୍ବର: ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି ଓଲିଉଡ ଜଗତର ନବମ ଫିଲ୍ମଫେୟାର ଆୱାର୍ଡ ସେରିମୋନୀ। ଆଉ 2018ର ଏହି ଆୱାର୍ଡରେ ଶ୍ରେଷ୍ଠ ଅଭିନେତା ବାବୁସାନ ମହାନ୍ତି ହୋଇଥିବାବେଳେ ଶ୍ରେଷ୍ଠ ଅଭିନେତ୍ରୀର ଶ୍ରେୟ ନେଇଛନ୍ତି ଶିବାନୀ ସଙ୍ଗୀତା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ୱାଇଟ କାନଭାସ ତଥା ରୁଚି ପକ୍ଷରୁ ଆୟୋଜିତ ହେଉଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲିଉଡର ବିଶିଷ୍ଟ ହାସ୍ୟ ଅଭିନେତା ଜନି ଲିଭର।। ଚଳିତବର୍ଷ କଳାକାରଙ୍କ ଠାରୁ ଆରମ୍ଭ କରି ଟେକ୍ନିସିଆନଙ୍କ ପର୍ଯ୍ୟନ୍ତ ପ୍ରାୟ 25ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଜୀବନବ୍ୟାପୀ ସାଧନା ପାଇଁ ବାବୁସାନଙ୍କ ପିତା ତଥା ବିଶିଷ୍ଟ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କାରରେ ତାଙ୍କୁ ନଗଦ 25ହଜାର ଅର୍ଥ ରାଶି ସହିତ ଫଳକ ଓ ମାନପତ୍ର ଦେଇ କାର୍ଯ୍ୟକ୍ରମର ଉଦଘାଟକ ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏବଂ ରୁଚି ନିର୍ଦ୍ଦେଶକ ଶରତ କୁମାର ସାହୁ ଓ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିଥିଲେ।

ତେବେ କଳାକାରଙ୍କୁ ପୁରସ୍କାର ପ୍ରଦାନ ସହିତ ମଞ୍ଚରେ ଦେଖିବାକୁ ମିଳିଥିଲା ଓଲିଉଡର କାଲାକରଙ୍କ ଦ୍ବାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ଯାହାକୁ ଉପସ୍ଥିତ ସିନେପ୍ରେମୀମାନେ ଭରପୁର ଉପଭୋଗ କରିଥିଲେ। ଓଡିଆ କଳାକାରଙ୍କ ଛଡା ଏହି ଅବସରରେ ଜନି ଲିଭର ମଧ୍ୟ ଓଡ଼ିଆ ଦର୍ଶକଙ୍କୁ ତାଙ୍କ କମେଡିପେଡିରୁ କିଛି ହସର ଖୋରାକ ଯୋଗାଇଥିଲେ।ପରେପରେ ସଂସ୍ଥା ପକ୍ଷରୁ ସ୍ମରଣୀକା ଉନ୍ମୋଚନ କରାଯିବା ସହିତ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଛି କର୍କଟ ପୀଡିତ ଶିଶୁମାନଙ୍କୁ ସହାୟତା ନିମନ୍ତେ ଓଫା ପକ୍ଷରୁ 50ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ଶ୍ରେଷ୍ଠ କଳାକାରର ଆୱାର୍ଡ ପାଇ ବାବୁସାନ ଓ ଶିବାନୀ ମଧ୍ୟ ଖୁବ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି।ସେଥିପାଇଁ ସେ ତାଙ୍କର ସମସ୍ତ ପ୍ରଶଂସକ ଓ ଓଡ଼ିଆ ଚଳଚ୍ଚିତ୍ରର ଦର୍ଶକମାନଙ୍କ ଭଲପାଇବା ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପୁରସ୍କାର ତାଙ୍କୁ ଆଗକୁ ଆହୁରି ପ୍ରେରିତ କରି କାମ କରିବାକୁ ଉତ୍ସାହିତ କରିବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

Conclusion:
Last Updated : Mar 31, 2019, 9:41 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.