ମୁମ୍ବାଇ: ଭାରତର ଓଟିଟି ପ୍ଲାଟଫର୍ମ ଜି5ର ନୂଆ ୱେବ ସିରିଜ ‘ରିଜେକ୍ଟଏକ୍ସ 2’ ଦୀର୍ଘ ସମୟରୁ ଚର୍ଚ୍ଚାରେ। ଯାହାର ଶାନଦାର ଟିଜର ଲକଡାଉନରେ ରିଲିଜ କରାଯାଇଛି। ସିରିଜର ପ୍ରଥମ ସିଜନକୁ ଦର୍ଶକଙ୍କ ଦ୍ବାରା ଖୁବ୍ ପ୍ରଶଂସା କରାଯାଇଥିଲା। ଆଉ ଏବର୍ଷ ଏହାର ଦ୍ବିତୀୟ ସିଜନ ରିଲିଜ କରିବାକୁ ପ୍ରସ୍ତୁତ ମେକର୍ସ।
ରିଲିଜ ହୋଇଥିବା ଟିଜରରେ ଫେମସ ଅଭିନେତ୍ରୀ ଇଶା ଗୁପ୍ତା ନଜର ଆସୁଛନ୍ତି। ଯେଉଁଥିରେ ଜେଫରସନ ୱାର୍ଲ୍ଡ ସ୍କୁଲର ଧନୀ ପରିବାରଙ୍କ କାହାଣୀ ପର୍ଯ୍ୟବେଶିତ କରାଯାଇଛି। ସିରିଜରେ ଇଶା ସିଙ୍ଗାପୁର ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି।
- " class="align-text-top noRightClick twitterSection" data="">
ସେହିପରି ପ୍ରଥମ ସିରିଜରେ ଇଶାଙ୍କ ବ୍ୟତୀତ ଅନେକ ପ୍ରତିଭାଶାଳୀ କଳାକାର ମଧ୍ୟ ନଜର ଆସିଥିଲେ। ଏହି କ୍ରମରେ ସାମିଲ ଅଛନ୍ତି, ମାସୀ ବଲୀ, ଅନିଷା ଭିକ୍ଟର, ସାଧିକା ସୟ୍ୟଲ, ଆୟୁଷ ଖୁରାନା, ରିଧି ଖଖର, ପ୍ରଭନୀତ ସିଂ, ପୂଜା ସେଟ୍ଟୀ ଓ ତନ୍ବୀ ସିନ୍ଦେ ଆଉ ଅଭିନେତା ସୁମୀତ ବ୍ୟାସଙ୍କ ଶାନଦାର ଅଭିନୟ ଦେଖିବାକୁ ମିଳିଥିଲା। ଖୁବଶୀଘ୍ର ଜି5ରେ ଷ୍ଟ୍ରିମିଂ ପାଇଁ ଉପଲବ୍ଧ ହେବ ଏହି ସିରିଜ।