ମୁମ୍ବାଇ: କୋରୋନା ଭାଇରସ ପାଇଁ ସମସ୍ତେ ବର୍ତ୍ତମାନ ଘରେ ବନ୍ଦ ଅଛନ୍ତି । ପୁରା ଦେଶବାସୀଙ୍କୁ ଘରେ ବସିବାକୁ ବାଧ୍ୟ କରିଦେଇଛି ଲକଡାଉନ। ଏଭଳି ପରିସ୍ଥିତିରେ କିଛି ଲୋକଙ୍କୁ ଏବେ ନିଜ ଭବିଷ୍ୟତ ବିଷୟରେ ଚିନ୍ତା ଘାରିଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହି ପରିସ୍ଥିତି। ନିକଟରେ ସୁନ୍ଦରୀ ଜରୀନ ଖାନ ନିଜ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଥିଲେ।
ସେ ଜଣାଇଥିଲେ ଯେ ମାର୍ଚ୍ଚ 25 ପୂର୍ବରୁ ଲକଡାଉନ କରି ଦିଆଯାଇଥିଲା । ଆଉ ସମସ୍ତଙ୍କୁ ଘରେ ରହିବାକୁ ପରାର୍ମଶ ଦିଆଯାଇଥିଲା। ଏପ୍ରିଲରେ ତାଙ୍କର ଅନେକ ପ୍ରୋଜେକ୍ଟ ଆରମ୍ଭ ହେବାର ଥିଲା। ହେଲେ ଏବେ ଭବିଷ୍ୟ ବିଷୟରେ କିଛି ଜଣାନାହିଁ। ସେ ଜାଣିପାରୁନାହାଁନ୍ତି ଏହା ସବୁ କେବେ ଶେଷ ହେବ। ଆଉ କେବେ ସବୁ ଜିନିଷ ପୂର୍ବ ପରି ନର୍ମାଲ ହେବ। ଯାହାକୁ ନେଇ ସେ ବହୁତ ଚିନ୍ତିତ ଅଛନ୍ତି।
ଏହାବ୍ୟତୀତ ସେ ଲକଡାଉନରେ ଘରେ କଣ କରୁଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ଜଣାଇଥିଲେ । ସେ କହିଥିଲେ ବର୍ତ୍ତମାନ ସେ ଘର କାମରେ ବ୍ୟସ୍ତ ଅଛନ୍ତି । ମେଡ ନଥିବାରୁ । ତାଙ୍କୁ ଘର ସବୁ କାମ କରିବାକୁ ପଡୁଛି। ଘର କାମ କରି ସେ ଟାଇମ ପାସ କରୁଛନ୍ତି।