ମୁମ୍ବାଇ: 2010ରେ ସଲମାନ ଖାନଙ୍କ 'ବୀର୍'ଫିଲ୍ମରେ ଡେବ୍ୟୁ କରିଥିଲେ ଜରିନ୍ ଖାନ୍ । ହେଟ୍ ଷ୍ଟୋରୀ 3, ଆକସର 2, ୱାଜା ତୁମ୍ ହୋ ଭଳି ଚଳଚ୍ଚିତ୍ରରେ ସେ ନିଜର ଅଭିନୟ ଯାଦୁ ଦେଖାଇଥିଲେ । ବଲିଉଡର ଏହି ହଟ୍ ଦିଭା ଆଜି 33 ବର୍ଷରେ ପାଦ ଦେଇଛନ୍ତି । ଆଉ ଏହି ଲକଡାଉନ ସମୟରେ ସେ ନିଜ ଫ୍ୟାମିଲ ସହ ବର୍ଥ ଡେ ସେଲିବ୍ରେଟ କରୁଛନ୍ତି ।
ଜରିନ ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେବାସହ ଲେଖିଛନ୍ତି, ମୋ ମା’ ଓ ଭଉଣୀ ମୋ ଜନ୍ମଦିନକୁ ଖୁବ୍ ସ୍ପେଶିଆଲ କରିଥିଲେ । ସେଥିପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଏହି ଲକଡାଉନ କାରଣରୁ ନିଜ ମା’ଙ୍କ ସହ ଅନେକ ସମୟ ବିତାଉଥିବା କହିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ଅନ୍ୟ ସେଲିବ୍ରିଟିଙ୍କ ପକ୍ଷରୁ ଅନେକ ଶୁଭେଚ୍ଛା ନିଳିଛି ।
ପ୍ରକାଶଥାଉ କି, ଜରିନ୍ ହିନ୍ଦୀ ବ୍ୟତିତ ପଞ୍ଜାବୀ, ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ।