ETV Bharat / sitara

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଜରିନଙ୍କ ମା' - zareen-khan-mother-hospitalised-again

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ମା' । ଗତ କିଛି ଦିନ ହେବ ତାଙ୍କ ମାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲା । ଅଧିକ ପଢନ୍ତୁ...

zareen-khan-mother-hospitalised-again-appeals-to-fans-to-pray-for-her-mother-health
ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଜରିନଙ୍କ ମା'
author img

By

Published : May 27, 2021, 7:19 PM IST

ନୂଆଦିଲ୍ଲୀ: ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ମା' । ଗତ କିଛି ଦିନ ହେବ ତାଙ୍କ ମାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିଲା ।

ଜରିନ ସୋସିଆଲ ମିଡିଆରେ ଏକ ନୋଟ୍ ସେୟାର କରି ଫ୍ୟାନ୍ସଙ୍କୁ ଏହି ବିଷୟରେ ଜଣାଇଛନ୍ତି ।

ଜରିନ ଲେଖିଛନ୍ତି, ‘ମୋର ଟିକେ ବିଳମ୍ବ ହୋଇଯାଇଛି, କିନ୍ତୁ ମୋର ଜନ୍ମଦିନରେ ଏବଂ ଇଦ ପାଇଁ ଆପଣମାନେ ପଠାଇଥିବା ଭଲପାଇବା ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ବହୁତ ଧନ୍ୟବାଦ । ବ୍ୟକ୍ତିଗତ ଭାବରେ ସମସ୍ତଙ୍କ ମେସେଜର ଉତ୍ତର ଦେଇପାରୁ ନାହିଁ ମୁଁ ଦୁଃଖିତ । ଗତ ଦେଢ ମାସ ଧରି ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ ଏବଂ ମତେ ବାରମ୍ବାର ଡାକ୍ତରଖାନାକୁ ଯିବା ଆସିବା କରିବାକୁ ପଡୁଛି । ଏବେ ସେ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ସେ ଶୀଘ୍ର ସୁସ୍ଥ ହୋଇଯିବେ।

ପ୍ରକାଶ ଥାଉ ଯେ, ଜରିନ ୨୦୧୦ ରେ ସଲମାନଙ୍କ ସହ ଫିଲ୍ମ ‘ଭୀର’ରୁ ବଲିଉଡରେ ଡେବ୍ୟୁ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.