ମୁମ୍ବାଇ: ଲୋକପ୍ରିୟ ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହେ’ରେ ନାୟରା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ଫ୍ୟାନ୍ସ ପାଇଁ ନୈରାଶ୍ୟଜନକ ଖବର। ତାଙ୍କ ଜେଜେବାପାଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ସେ। ଏହାର ସୂଚନା ସେ ସୋସିଆଲ ମିଡିଆରେ ଏକ ଇମୋଶନାଲଭରା ପୋଷ୍ଟ ସେୟାର କରି ଜଣାଇଛନ୍ତି।
ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଦୁର୍ଭାଗ୍ୟ ଯେ ମୁଁ କାଲି ମୋ ଜେଜେବାପାକୁ ହରାଇ ଦେଲି। ମୁଁ ଆଶା କରୁଛି ସେ ସବୁବେଳେ ହସୁଥାଆନ୍ତୁ ଆଉ ଆମ ଉପରେ ଦୃଷ୍ଟି ରଖନ୍ତୁ।’
ପ୍ରକାଶ ଥାଉକି ଶିବାଙ୍ଗୀ ଦୁଇମାସରୁ ଲକଡାଉନ ପାଇଁ ପରିବାର ସହ ଘରେ ବନ୍ଦ ଅଛନ୍ତି। ନିକଟରେ ସେ ଫ୍ୟାମିଲି ସହ ବର୍ଥଡେ ବି ସେଲିବ୍ରେଶନ କରିଥିଲେ। ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ତାଙ୍କ ଧାରାବାହିକର ସୁଟିଂ ବନ୍ଦ ଅଛି।