ETV Bharat / sitara

ଦିନ ମଜୁରିଆଙ୍କୁ 15 ଲକ୍ଷ ଦେବ ୟଶ ଚୋପ୍ରା ଫାଉଣ୍ଡେସନ - lockdown effect in Bollywood

ଫିଲ୍ମ ଇଣ୍ଡଷ୍ଟ୍ରିର 3000 ଦିନ ମଜୁରିଆଙ୍କୁ ଏହା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ପ୍ରତି ମଜୁରିଆଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଏହା 5000 ଟଙ୍କା ପଠାଇବ ବୋଲି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ଦିନ ମଜୁରିଆଙ୍କୁ 15 ଲକ୍ଷ ଦେବ ୟଶ ଚୋପ୍ରା ଫାଉଣ୍ଡେସନ

author img

By

Published : Apr 4, 2020, 1:21 AM IST

ମୁମ୍ବାଇ: ଲକଡାଉନ ଯୋଗୁଁ ଦେଶବ୍ୟାପୀ ଅଚଳାବସ୍ଥା ଦେଖାଦେଇଛି । ଏଥିରେ ବେଶୀ ପ୍ରଭାବିତ ହୋଇଛି ଫିଲ୍ମ ଇଣ୍ଡଷ୍ଟ୍ରି । ଏଠାରେ କାମ କରୁଥିବା ଅନେକ ଦିନ ମଜୁରିଆଙ୍କ ଚଳିବା କଷ୍ଟକର ହୋଇପଡିଛି । ତେବେ ଏମାନଙ୍କ ପାଇଁ ଆଗେଇ ଆସିଛନ୍ତି ବିଭିନ୍ନ ଫିଲ୍ମ ଆସୋସିଏସନ ଓ ସେଲିବ୍ରିଟି ।

ଏହି ତାଲିକାରେ ସାମିଲ ହୋଇଛି ୟଶ ଚୋପ୍ରା ଫାଉଣ୍ଡେସନ । ଫିଲ୍ମ ଇଣ୍ଡଷ୍ଟ୍ରିର 3000 ଦିନ ମଜୁରିଆଙ୍କୁ ଏହା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ପ୍ରତି ମଜୁରିଆଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଏହା 5000 ଟଙ୍କା ପଠାଇବ ବୋଲି ନିଷ୍ପତ୍ତି ନେଇଛି । ଫଳରେ ମୋଟ 15 ଲକ୍ଷ ଟଙ୍କାର ସହାୟତା ଦେବା ନେଇ ୟଶରାଜ ଫିଲ୍ମସ ପକ୍ଷରୁ ଅଫିସିଆଲ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ପୂର୍ବରୁ ଅନେକ ବଲିଉଡ ଓ ଟଲିଉଡ ସେଲିବ୍ରିଟି ଏହି ମଜୁରିଆଙ୍କ ପାଇଁ ଆର୍ଥିକ ସହାୟତା ଦେଇସାରିଛନ୍ତି । ଗୁରୁବାର ମଧ୍ୟ 3ଟି ଫିଲ୍ମ ଆସୋସିଏସନ ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିରେକ୍ଟ ଟଙ୍କା ପଠାଇବ ବୋଲି ଘୋଷଣା କରିଛନ୍ତି । ଲକଡାଉନ ଯୋଗୁଁ ସମସ୍ତ ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ ଥିବାରୁ ଏମାନେ ନାନା ଅସୁବିଧା ଭୋଗୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.