ମୁମ୍ବାଇ: ଅଭିନେତ୍ରୀ ୟାମି ଗୌତମ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦଶବୀ' ପାଇଁ ହରିୟାଣା ଭାଷା ଶିଖୁଛନ୍ତି । ଭାଷା ସହିତ, ସେ ଅଙ୍ଗଭଙ୍ଗୀ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ୟାମି କହିଛନ୍ତି ଯେ, 'ମୁଁ ପ୍ରଥମ ଥର ପରଦାରେ ହରିୟାଣବୀ ଚରିତ୍ରରେ ଅଭିନୟ କରୁଛି । ଏହା ମୋ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ମୁଁ ଏହି ସମୟରେ ହରିୟାଣା ଭାଷା ଶିଖୁଛି । ମୁଁ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପସନ୍ଦ କରେ । ମୁଁ ଆଶା କରୁଛି ଯେ ମୁଁ ମୋର ଅଭିନୟରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରେଇଦେବି ।
ପ୍ରକାଶ ଥାଉ ୟେ, ୟାମି ତାଙ୍କର ଆଗାମୀ ହରର କମେଡି ଫିଲ୍ମ 'ଭୂତ ପୋଲିସ୍'ର ସୁଟିଂ ଶେଷ କରିଛନ୍ତି ।