ମୁମ୍ବାଇ: ଯଦି ଆପଣ ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୌତମଙ୍କୁ ସ୍କୁଲ ଡ୍ରେସରେ ଦେଖିବାକୁ ଚାହୁଁଛନ୍ତି, ତେବେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଦେଖନ୍ତୁ । କାରଣ ଲକଡାଉନରେ ସେ ଫ୍ୟାନ୍ସଙ୍କ ପାଇଁ ନିଜ ପୁରୁଣା ଫଟୋ ସେୟାର କରି ସରପ୍ରାଇଜ ଦେବାରେ ଲାଗିଛନ୍ତି। ଅନେକ ଫଟୋ ସେୟାର କରିସାରିବା ପରେ ଏବେ ସେ ତାଙ୍କ ସ୍କୁଲର ଏକ ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କାରଣ ତାଙ୍କୁ ଫଟୋରେ ଚିହ୍ନିବା ଫ୍ୟାନ୍ସଙ୍କ ପାଇଁ କଷ୍ଟଦାୟକ ହେବ। ଏହି ଫଟୋଟି ତାଙ୍କ ସେହି ସମୟର ଯେବେ ସେ ପ୍ରଥମଥର ସ୍କୁଲ ଯାଇଥିଲେ ।
- " class="align-text-top noRightClick twitterSection" data="
">
ଗ୍ରେ ଟ୍ୟୁନିକରେ ସ୍କୁଲ ଆଇକାର୍ଡ ବେକରେ ପକାଇ ସ୍କୁଲ ଯିବାକୁ ରେଡ୍ଡି ନଜର ଆସୁଛନ୍ତି ଛୋଟ ୟାମୀ । ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ସ୍କୁଲରେ ମୋର ପ୍ରଥମ ଦିନ । ମୁଁ ବିଶ୍ବାସ ସହ କହିପାରିବି ଯେ ମତେ ଜଣା ନଥିଲା ଏହା କେତେ ଆବଶ୍ୟକ। ହେଲେ ମୁଁ ୟୁନିଫର୍ମ ପିନ୍ଧି ଉତ୍ସାହିତ ଥିଲି । ଆଉ ଦେଖିବାକୁ ବ୍ୟାକୁଳ ଥିଲି ମୋ ମା-ବାପା ମତେ କୁଆଡେ ନେଇକି ଯିବେ। ଆଉ ଏହି ଜିଜ୍ଞାସା ମୋର ସବୁବେଳେ ରହିଥିଲା।’
ଏହାବ୍ୟତୀତ ସେ ନିଜ ଫ୍ୟାନ୍ସଙ୍କୁ ସବୁବେଳେ ଜୀବନକୁ ଭରପୁର ବଞ୍ଚିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି । ‘ଜୀବନର ସବୁ ଦିନକୁ ଉତ୍ସାହିତ କରିବାକୁ ଦିଅ। କୌଣସି ଫର୍କ ପଡୁନାହିଁ ଏହା କେବେ କୁଆଡେ ନେଇଯାଉଛି। କେବଳ ବିଶ୍ବାସ କର, ଏହାକୁ ଆଲିଙ୍ଗନ କର ଆଉ ଚଲୁଥାଅ। ଘରେ ରହି ସୁରକ୍ଷିତ ରୁହନ୍ତୁ’ ବୋଲି ଲେଖିଛନ୍ତି ସେ।